ଓଡିଶା
ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା; ୨ ଅଭିଯୁକ୍ତ ଗିରଫ
ଯାଜପୁର: ଯାଜପୁର ଜିଲ୍ଲା ଦଶରଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମାରିବା ଘଟଣା । ୨ ଅଭିଯୁକ୍ତ ଦିପ୍ତିରଞ୍ଜନ ପାଣିଗ୍ରାହୀ ଓ ପୁଟୁଳି ସେଠୀଙ୍କୁ ଗିରଫ କଲା ପୋଲିସ । ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କାଙ୍କ ଉପସ୍ଥିତିରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।
ରାହାସୋଇ ପଞ୍ଚାୟତର ସୂଚନା ଅଧିକାର କର୍ମୀ ଅଶୋକ କୁମାର ପତି ବିଭିନ୍ନ ଦୁର୍ନୀତି ନେଇ ଆରଟିଆଇ ରିପୋର୍ଟ ମାଗିବା ଯୋଗୁଁ ପ୍ରଶାସନିକ ଅଧିକାରୀ ତଦନ୍ତ କରି ପଞ୍ଚାୟତ ସ୍ତରରେ କିଛି କାମକୁ ବନ୍ଦ କରିଦେଇଥିଲେ ।
ତେଣୁ ଆକ୍ରୋଶ ମୂଳକ ଭାବେ ଅଶୋକ ପତିଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀ ଲଳିତା ପତିଙ୍କୁ ଘରୁ ଉଠାଇ ନେଇ ରାସ୍ତା ଉପରେ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।
ଘଟଣା ସ୍ଥଳରେ ଦଶରଥପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ କିଛି ଲୋକଙ୍କୁ ଥାନାରେ ଅଟକ ରଖିଥିଲା । ଏବେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ପୋଲିସ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।