ମଣିପୁରରେ ପୁଣି ହିଂସା; ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେଲେ ଦୁର୍ବୁତ୍ତ
ଇମ୍ଫାଲ୍: ପୁଣି ମଣିପୁରରେ ମୁଣ୍ଡ ଟେକିଲା ହିଂସା । ଶିକ୍ଷୟତ୍ରୀଙ୍କୁ ଗଣଦୁଷ୍କର୍ମ କରି ଜୀଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ଏହି ଘଟଣା ପରେ ଅଶାନ୍ତ ହୋଇ ପଡିଛି ମଣିପୁରର ଜେରିବାମ ଜିଲ୍ଲା । ଏହାର ପ୍ରତିବାଦରେ କ୍ରୋଧରେ ଜର୍ଜରିତ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରି ୧୭ଟି ଘରେ ନିଆଁ ଲଗାଇ ଦେଇଛନ୍ତି ।
ଖବର ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ମହିଳା ଜଣକ ଘରେ ଶୋଇଥିବାବେଳେ କିଛି ଦୁର୍ବୁତ୍ତ ତାଙ୍କ ଘରେ ପଶି ମହିଳାଙ୍କ ସହ ଦୁଷ୍କର୍ମ କରିବା ପରେ ତାଙ୍କୁ ମାରପିଟ୍ କରି ଜିଅନ୍ତା ପୋଡି ମାରିଦେଇଥିଲେ ।
ଏହି ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । କଡ଼ା ସୁରକ୍ଷା ମଧ୍ୟରେ ଜେରିବାମ ଜିଲ୍ଲା ଓ ଏହାର ଆଖପାଖ ଅଞ୍ଚଳକୁ ରଖାଯାଇଛି । କିଛି ସ୍ଥାନରେ କଫ୍ୟୁ ଲାଗୁ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୈଇତି ସମ୍ପ୍ରଦାୟର ଉଗ୍ରବାଦୀ ଏହି ଘଟଣା ଘଟାଇଥିବା ପୋଲିସ କହିଛି ।
ମଣିପୁରରେ ଚାଲିଥିବା ଜାତି ବିବାଦ ରାଜ୍ୟରେ ବିଭାଜନର କାରଣ ପାଲଟିଛି । ମଣିପୁରର ଅଧିକାଂଶ ମୈଇତି ଏବଂ ଆଦିବାସୀ କୁକି ସମ୍ପ୍ରଦାୟ ମଧ୍ୟରେ ନିରନ୍ତର ବିବାଦ ଲାଗି ରହିଛି, ଯେଉଁ କାରଣରୁ ରାଜ୍ୟରେ ହିଂସା ପରିସ୍ଥିତି ସୃଷ୍ଟି ହୋଇଛି । ଏହି ବିବାଦରେ ବର୍ତ୍ତମାନ ସୁଦ୍ଧା ୨୩୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି ।