ଦେଶ ବିଦେଶ

ପରପାରିରେ ମହାକାଶ ବିଜ୍ଞାନୀ ଷ୍ଟିଫେନ୍‌ ହକିଙ୍ଗ୍‌

କେମ୍ବ୍ରିଜ୍‌ /ନୂଆଦିଲ୍ଲୀ, : ଖ୍ୟାତିସମ୍ପନ୍ନ ପଦାର୍ଥ ବିଜ୍ଞାନୀ ତଥା ମହାକାଶ ବିଜ୍ଞାନୀ ପ୍ରଫେସର ଷ୍ଟିଫେନ୍‌ ହକିଙ୍ଗ୍‌ ୭୬ ବର୍ଷ ବୟସରେ ବୁଧବାର ସକାଳେ କେମ୍ବ୍ରିଜ୍‌ ସ୍ଥିତ ତାଙ୍କ ବାସଭବନରେ ଦେହତ୍ୟାଗ କରିଛନ୍ତି। ସେ ଦୀର୍ଘଦିନ ଧରି ଆମିୟୋ ଟ୍ରୋପିକ୍‌ ସ୍କେଲିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ୧୯୪୨ ମସିହା ଜାନୁୟାରୀ ୮ ତାରିଖରେ ବ୍ରିଟେନ୍‌ର ଅକ୍ସଫୋର୍ଡଠାରେ ଷ୍ଟିଫେନ୍‌ ଜନ୍ମଗ୍ରହଣ କରିଥିଲେ। ବ୍ଲାକ୍‌ ହୋଲ୍‌ ସମ୍ପର୍କରେ ତାଙ୍କର ଉଲ୍ଲେଖନୀୟ ଗବେଷଣା ମହାକାଶ ବିଜ୍ଞାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲା। ବୈଜ୍ଞାନିକ ଆଇନ୍‌ ଷ୍ଟାଇନ୍‌ଙ୍କ ଆପେକ୍ଷିକ ତତ୍ତ୍ୱ ତଥା କ୍ୱାଣ୍ଟମ୍‌ ଫିଜିକ୍ସ୍‌ ଉପରେ ତାଙ୍କର ଗବେଷଣା ଉଚ୍ଚକୋଟୀର ଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର୩ ପୁତ୍ର ଲୁସି, ରୋବର୍ଟ ଏବଂ ଟିମ୍‌ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button