ଓଡିଶା

ଆଜି ମୁଖ୍ୟମନ୍ତ୍ରୀ କରିବେ ବଡ଼ଘୋଷଣା

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିବେ । ନୂଆଦିଲ୍ଲୀରୁ ଫେରିବା ପରେ ସେ ବଡ଼ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି । ବାତ୍ୟା ଦାନାରେ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ୧୪ ହଜାରରୁ ଉଦ୍ଧ୍ୱର୍ ଲୋକଙ୍କର ଘର କ୍ଷତିଗ୍ରସ୍ତ ହୋଇଛି । ଫସଲ ନଷ୍ଟ ହୋଇଯାଇଛି । ଅନେକ ବିଲରେ ବାଲିଚର ହୋଇଯାଇଛି ।

ଏନେଇ ସେ କ୍ଷତିପୂରଣ ସହାୟତା ରାଶି ଘୋଷଣା କରିବାର ସମ୍ଭାବନା ରହିଛି ।

ବାତ୍ୟା ‘ଦାନା’ ପାଇଁ ୬ ଶହ କୋଟି ଟଙ୍କା କ୍ଷତି ହୋଇଛି । ସବୁଠୁ ବେଶୀ କ୍ଷତି ଶକ୍ତି ବିଭାଗର ହୋଇଛି । ୧୪ ହଜାରରୁ ଉଦ୍ଧ୍ୱର୍ ଘରର କ୍ଷତି ଘଟିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ବେଶୀ କ୍ଷତିଗ୍ରସ୍ତ ହୋଇଛି । ପ୍ରାଥମିକ ଆକଳନରେ ଏତିକି କ୍ଷତି ଦର୍ଶାଯାଉଥିବାବେଳେ କ୍ଷତି ପରିମାଣ ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ କ୍ଷତିପୂରଣ ନେଇ ଘୋଷଣା କରିବେ ବୋଲି ଜାଣିବାକୁ ମିଳିଛି ।

ବାତ୍ୟା ‘ଦାନା’ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ଜିଲ୍ଲାସ୍ତରରୁ କ୍ଷୟକ୍ଷତି ରିପୋର୍ଟ ପାଇବା ପରେ ସରକାର ଅନୁଶୀଳନ କରୁଛନ୍ତି । ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ରିପୋର୍ଟ ଆସିଛି । ତେବେ ପ୍ରାଥମିକ ଆକଳନ ଅନୁସାରେ ବାତ୍ୟା ‘ଦାନା’ରେ ପ୍ରାୟ ୬ଶହ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି । ମୋଟାମୋଟି ଭାବରେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି । ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ନେଇ ଜିଲ୍ଲାପାଳମାନେ ରିପୋର୍ଟ ଦେଇଛନ୍ତି । ବାତ୍ୟାରେ ସମୁଦାୟ ୧୬,୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ବିଭାଗୱାରୀ ହିସାବ ଭିତ୍ତିରେ ଶକ୍ତି ବିଭାଗ ବେଶୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଚୂଡାନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ କ୍ଷୟକ୍ଷତି ସ୍ପଷ୍ଟ ହେବ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । ରିପୋର୍ଟ ଆସିଲା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ । ଏହାସହ ଚୂଡାନ୍ତ ଆକଳନ ପରେ କେନ୍ଦ୍ରକୁ କ୍ଷତିପୂରଣ ପାଇଁ ରିପୋର୍ଟ ଦିଆଯିବ । ସେପଟେ କେନ୍ଦ୍ର ସହାୟତା ରାଶି ଦେବା ପୂର୍ବରୁ ରାଜ୍ୟ ନିଜସ୍ୱ ପାଣ୍ଠିରୁ କ୍ଷତିପୂରଣ ପ୍ରଦାନ କରିବ

Related Articles

Leave a Reply

Your email address will not be published. Required fields are marked *

Back to top button