ରୁଷ ୟୁକ୍ରେନ ଯୁଦ୍ଧ: ୪୦୦ ସଂସ୍ଥା ସହ ୧୯ ଭାରତୀୟ କମ୍ପାନୀ ଉପରେ କଟଣା ଲଗାଇଲା ଆମେରିକା
ୱାଶିଂଟନ,୧ \୧୧ : ୟୁକ୍ରେନ ଓ ରୁଷ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଏହାରି ଭିତରେ ବଡ ଆକ୍ସନ ନେଇଛି ଆମେରିକା । ଯୁଦ୍ଧରେ ୟୁକ୍ରେନ ବିରୋଧରେ ରୁଷକୁ ସହାୟତା କରିବା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ଅଭିଯୋଗରେ ଭାରତ ସମେତ ଡର୍ଜନରୁ ଅଧିକ ଦେଶ ଉପରେ ରୋକ ଲଗାଇଛି ଆମେରିକା । ଏଥିରେ ୪୦୦ରୁ ଅଧିକ ସଂସ୍ଥା ସାମିଲ ଥିବା ଜଣାପଡିଛି ।
ପ୍ରତିବଦ୍ଧ ଲଗାଯାଇଥିବା ସଂସ୍ଥା ମଧ୍ୟରେ ଭାରତର ୧୯ଟି କମ୍ପାନୀ ରହିଛି ।
ଆମେରିକା ଡେପୁଟି ଟ୍ରେଜେରୀ ସଚିବ ୱାଲା ଆଡେମୋ ବିବୃତ୍ତି ଜାରି କରି କହିଛନ୍ତି, ୟୁକ୍ରେନ ବିରୋଧରେ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବା ନେଇ ୪୦୦ ସଂସ୍ଥା ଉପରେ ପ୍ରତିବଦ୍ଧ ଲଗାଯାଇଛି । ଏଥିରେ ଭାରତର ୧୯ଟି କମ୍ପାନୀ ସମେତ ୨ ଭାରତୀୟ ରହିଛନ୍ତି । ଏହି ପଦକ୍ଷେପ ନେବା ପଛର ମୁଖ୍ୟ ଉଦ୍ଦେଶ୍ୟ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଣ ଉପରେ ବ୍ରେକ ଲଗାଇବାକୁ ହେବ । ଆମେରିକା ବିଦେଶ ବିଭାଗ କହିଛି ଆମେ ପାଖାପାଖି ୪୦୦ ସଂସ୍ଥା ଉପରେ ପ୍ରତିବଦ୍ଧ ଲଗାଇଛୁ । ଏଥିରେ ୧୨୦ରୁ ଅଧିକ ନାଗରିକ ଓ କମ୍ପାନୀ ସାମିଲ ଅଛନ୍ତି । ଏହା ସହିତ ଟ୍ରେଜେରୀ ବିଭାଗ ୨୭୦ରୁ ଅଧିକ କମ୍ପାନୀ ନାମିତ ହୋଇଛି । ବାଣିଜ୍ୟ ବିଭାଗ ଗବେଷଣା ଅନୁଷ୍ଠାନ ଓ ୪୦ ନୂଆ କମ୍ପାନୀଗୁଡିକୁ ତାର ନୂଆ ସୂଚୀରେ ସାମିଲ କରିଛି ।
ଆମେରିକାର ଏହି ଆକ୍ସନ ପ୍ରଥମ ନୁହେଁ । ଏହା ପୂର୍ବରୁ ମଧ୍ୟ ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଦ ଲଗା ଯାଇଛି । ୨୦୨୩ରେ ରୁଷ ସେନାକୁ ଆମେରିକା ଜିନିଷ ଯୋଗାଇ ଦେବା ନେଇ ଭାରତୀୟ କମ୍ପାନୀ ଉପରେ ରୋକ ଲଗାଯାଇଥିଲା ।