ଦେଶ ବିଦେଶ

ଧନତେରସ ରେ ଭୁଲ ରେ ସୁଦ୍ଧା ଘରକୁ ଆଣନ୍ତୁ ନାହିଁ ଏହିସବୁ ବସ୍ତୁ, ଜୀବନ ସାରା ପାଇବେ ଦୁଃଖ ଯନ୍ତ୍ରଣା

ଲୋକର ପର୍ବ ଦୀପାବଳୀ ନିକଟ ହୋଇ ଆସିଲାଣି, ଦୀପାବଳୀ ପୂର୍ବରୁ ପ୍ରତ୍ୟେକ ବର୍ଷ ଧନତେରସ ପର୍ବ ପାଳନ କରାଯାଇ ଥାଏ l ଧନତେରସ ରେ ନୂଆ ବସ୍ତୁ କିଛିଟା କିଣି ଆମେ ଘରକୁ ଆଣିଥାଉ l ଯାହାକି ଆମକୁ ଜୀବନରେ ସଫଳତା ଦେଇଥାଏ ଏବଂ ଘରକୁ ସକାରାତ୍ମକ ଭାବନା ମଧ୍ୟ ଦେଇଥାଏ l କିନ୍ତୁ ଏଭଳି କିଛି ବସ୍ତୁ ରହିଛି ଯାହାକି ଘରକୁ ଆଣିବା ଉଚିତ ନୁହେଁ l ଆସନ୍ତୁ ଜାଣିବା ସେଗୁଡିକ କଣ –

– ଧନତେରସ ରେ କଦାପି ଲୁହl ଜିନିଷ ଘରକୁ କିଣି ଆଣିବା ଉଚିତ ନୁହେଁ l ଲୁହା ଜିନିଷ କିଣି ଆଣିବା ଦ୍ୱାରା ରାହୁଙ୍କ ପ୍ରଭାବ ପରିବାର ଉପରେ ରହିଥାଏ l ଏବଂ ପରିବାର ସଦସ୍ୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥାଏ l

– ଧନତେରସ ରେ କଦାପି ପ୍ଲାଷ୍ଟିକ ଜିନିଷ କିଣି ଘରକୁ ଆଣିବା ଉଚିତ ନୁହେ, ପ୍ଲାଷ୍ଟିକ ବସ୍ତୁ ଘରକୁ ଧନତେରସ ରେ କିଣି ଆଣିବା ଦ୍ୱାରା ଦରିଦ୍ରତା ଦେଖା ଦେଇଥାଏ l ଏବଂ ଜୀବନରେ ବିଭିନ୍ନ ଅସୁବିଧା ମଧ୍ୟ ଆସିଥାଏ l

– ଧନତେରାସ ରେ କଳାରଙ୍ଗ ର ବସ୍ତୁ ଘରକୁ ଆଣନ୍ତୁ ନାହିଁ , କଳାରଙ୍ଗ ପ୍ରତି ଶନିଦେବ ଆକର୍ଷିତ ହୋଇ ଥାଆନ୍ତି l ଏବଂ ଜୀବନ ଉପରେ ମଧ୍ୟ ଶନିଙ୍କ ପ୍ରଭାବ ରହିଥାଏ l ଏହାଦ୍ୱାରା ଜୀବନରେ ନକାରାତ୍ମକ ଶକ୍ତିର ପ୍ରଭାବ ଦେଖା ଦେଇଥାଏ l

– ବିଶେଷ ଭାବରେ ଧନତେରାସ ରେ ଆମେ ଚାରି ଚକିଆ ବା ୨ ଚକିଆ ଯାନ କିଣିଥାଉ , କିଛି ଲୋକ ନୂଆ କିଣିଥିବା ବେଳେ ଆଉକିଛି ଲୋକ ସେକେଣ୍ଡ ହ୍ୟାଣ୍ଡ ଗାଡି କିଣି ଥାଆନ୍ତି l ନୂଆ କିଣିବା ଶୁଭ ହୋଇଥାଏ, କିନ୍ତୁ ଅନ୍ୟର ବ୍ୟବହୃତ ଗାଡି କଦାପି କିଣିବା ଦୀପାବଳୀ ରେ ଉଚିତ ନୁହେଁ l ଅନ୍ୟର ବ୍ୟବହୃତ ବସ୍ତୁ ଧନତେରସ ରେ କିଣିବା ଦ୍ୱାରା ଗୃହ କ୍ଳେଶ ବୃଦ୍ଧି ହୋଇଥାଏ l

– ଧନତେରସ ରେ କାଚ ବସ୍ତୁ କିଣି ଘରକୁ ଆଣନ୍ତୁ ନାହିଁ, ବାସ୍ତୁ ଶାସ୍ତ୍ର ଅନୁସାରେ ଧନତେରସ ରେ କାଚ ଜିନିଷ କିଣି ଘରକୁ ଆଣିବା ଦ୍ୱାରା ସମ୍ପର୍କ ରେ ଫାଟ ଆସିଥାଏ ଏବଂ କଳହ ଦେଖା ଦେଇଥାଏ l

Related Articles

Leave a Reply

Your email address will not be published. Required fields are marked *

Back to top button