ଏହି 3 ପ୍ରକାରର ଲୋକଙ୍କୁ ଭୁଲ ରେ ମଧ୍ୟ ପଇସା ଉଧାର ଦିଅନ୍ତୁ ନାହିଁ, କେବେ ଫେରାନ୍ତି ନାହିଁ ; ବିଦୁର ନୀତିରେ ବର୍ଣନ ହୋଇଛି..
:ଭାରତ ରେ ମହାତ୍ମା ବିଦୁର ଏବଂ ଚାଣକ୍ୟ ଦୁଇ ଜଣ ଏହିପରି ମହାନ ରାଜନୀତିଜ୍ଞ ରହିଛନ୍ତି | ଯେଉଁମାନେ ଦେଶ,ସମାଜ,ପରିବାର ଏବଂ ଧନ ସହ ଜଡିତ ଏମିତି ବହୁତ କଥା କହିଛନ୍ତି, ଯାହା ଶହ ଶହ ବର୍ଷ ପରେ ଆଜି ମଧ୍ୟ ସେତିକି ହିଁ ପ୍ରାସଙ୍ଗିକ ଅଟେ | ମହାତ୍ମା ବିଦୁର ମହାଭାରତ କାଳରେ ହସ୍ତିନାପୁର ର ମହାମନ୍ତ୍ରୀ ଥିଲେ | ସେ ଜଣେ ଦୂରଦର୍ଶୀ ଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ |
ସେ ମହାଭାରତ ର ଯୁଦ୍ଧ କୁ ରୋକିବା ପାଇଁ ଅନେକ ପ୍ରୟାସ କରିଛନ୍ତି କିନ୍ତୁ ଦୁର୍ଯ୍ୟୋଧନ ନିଜ ଜିଦି ରେ ଅଟଳ ରହିଥିଲେ, ଯେଉଁ କାରଣରୁ ଦେଶ କୁ ଏତେ ବଡ଼ ଯୁଦ୍ଧ ଦେଖିବାକୁ ପଡିଲା | ମହାତ୍ମା ବିଦୁର ନିଜ ବିଦୁର ନୀତି ରେ କହିଛନ୍ତି କି 3ପ୍ରକାର ଲୋକଙ୍କୁ ଭୁଲ ରେ ମଧ୍ୟ ଧନ ଦେବା ଉଚିତ ନୁହେଁ | ଏହିପରି ଧନ ନେବା ପାରେ କେବେ ଫେରେଇ ନଥାନ୍ତି ଏବଂ ଆପଣଙ୍କ ଧନ ବୁଡି ଯାଇଥାଏ | ଆସନ୍ତୁ ଜାଣିବା କି ଏହି ପ୍ରକାରର ଲୋକ କିଏ କିଏ ହୋଇଥାନ୍ତି ?
ଯେଉଁ ଲୋକ ଭରଷା ଯୋଗ୍ୟ ନୁହନ୍ତି ସେମାନଙ୍କ ଠାରୁ ଦୁରେଇ ରୁହନ୍ତୁ :- ମହାତ୍ମା ବିଦୁର ନିଜ ବିଦୁର ନୀତି ରେ କହିଛନ୍ତି କି ଯେଉଁ ଲୋକ ଭରଷା ଯୋଗ୍ୟ ନୁହେଁ, ତାଙ୍କୁ ଭୁଲ ରେ ମଧ୍ୟ ଧନ ଉଧାର ଦେବା ଉଚିତ ନୁହେଁ | ଏହିପରି ଲୋକଙ୍କ ଠାରୁ ପଇସା ଫେରସ୍ତ ଆସିବାର ଚାନ୍ସ ନା ସହିତ ସମାନ ହୋଇଥାଏ | ଏହିପରି ଲୋକଙ୍କ ନିୟତ ଆରମ୍ଭ ରୁ ହିଁ ଖରା଼ପ ହୋଇଥାଏ | ଏହି ଲୋକ ନିଜ ମିତ୍ର, ସମ୍ପର୍କୀୟ ଙ୍କ ଠାରୁ ଗୋଟିଏ ଗୋଟିଏ କରି ଉଧାର ଆଣନ୍ତି ଏବଂ ଦେବା ସମୟରେ ବିଭିନ୍ନ ବାହାନା କରି ହଇରାଣ କରନ୍ତି | ଏମିତି ଲୋକ ସମ୍ପର୍କ କୁ ଖରାପ କରିବାକୁ ମଧ୍ୟ ସଂକୋଚ କରନ୍ତି ନାହିଁ |
ଖରାପ କରିବା ଲୋକଙ୍କୁ ପଇସା ଦିଅନ୍ତୁ ନାହିଁ :-ନୀତି ଶାସ୍ତ୍ର ରେ ମହାତ୍ମା ବିଦୁର ବର୍ଣ୍ଣନା କରିଛନ୍ତି ଯେ ଯେଉଁମାନେ ଅର୍ଥର ଅପବ୍ୟବହାର କରନ୍ତି,ଏହିପରି ଲୋକଙ୍କୁ ଉଧାର ଦେବା ଠାରୁ ଦୂରେଇ ରହିବା ଉଚିତ୍ । ଏହିପରି ଲୋକଙ୍କୁ ଦିଆଯାଇଥିବା ଅର୍ଥ ଭୁଲ ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ ଏବଂ ଯଦି ଆପଣ ଏହାକୁ ଫେରି ପାଇବାକୁ ମାଗନ୍ତି ତେବେ ଆପଣଙ୍କ ଜୀବନ ବିପଦରେ ପଡିପାରେ | ଅନ୍ୟ ପଟେ, ଯଦି ଆପଣ ଟଙ୍କା ଫେରସ୍ତ ମାଗନ୍ତି ନାହିଁ, ତେବେ ଆପଣ ଜାଣିଶୁଣି ସେମାନଙ୍କ ଭୁଲରେ ଅଂଶଗ୍ରହଣକାରୀ ହୋଇପାରନ୍ତି, ଯେଉଁଥିପାଇଁ ଆପଣଙ୍କୁ କ୍ଷତି ସହିବାକୁ ପଡିଥାଏ |
ଅଳସୁଆ ବ୍ୟକ୍ତିକୁ ଉଧାର ଦିଅନ୍ତୁ ନାହିଁ :-ମହାମନ୍ତ୍ରି ବିଦୁର କହିଛନ୍ତି ଯେଉ ବ୍ୟକ୍ତି କୌଣସି କାମ କରେ ନାହିଁ, ସେ ସର୍ବଦା ଅଳସ ରେ ଡୁବି ରହିଥାଏ | ଏପରି ଲୋକଙ୍କୁ ଭୁଲି କରୀ ମଧ୍ୟ ଋଣ ଦେବା ଉଚିତ୍ ନୁହେଁ | ଏହିପରି ଲୋକମାନେ ନିଜେ କୌଣସି କାମ କରନ୍ତି ନାହିଁ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ନିର୍ଭରଶୀଳ ରହିଥାନ୍ତି ,ତେଣୁ ତାଙ୍କ ଠାରୁ ଋଣ ପରିଶୋଧ କରିବାର କ୍ଷମତା ମଧ୍ୟ ବହୁତ କମ୍ ଅଟେ | ଏହିପରି ଅଳସୁଆ ଲୋକମାନେ ଥରେ ଉଧାର ନେଇଗଲେ, ସେମାନେ ଏହାକୁ କେବେ ଫେରସ୍ତ କରନ୍ତି ନାହିଁ