ଦୁବଘାସରେ ରହିଥାଏ ଏତେ ଯେ ଫାଇଦା, ଆପଣ ଜାଣି ବିଶ୍ବାସ ବି କରିପାରିବେ ନାହିଁ…
ବନ୍ଧୁଗଣ ଆମ ସନାତନ ଧର୍ମରେ ସବୁ ପ୍ରାକୃତିକ ଜିନିଷର ଗୋଟିଏ ଗୋଟିଏ ବିଶେଷ ମହତ୍ତ୍ଵ ରହିଛି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ତେବେ ଆପଣ ମାନେ ପ୍ରାୟତଃ ଶୁଭ କାର୍ଯ୍ୟରେ ଦୁବର ବ୍ୟବହାର କରାଯାଉଥିବାର ଦେଖିବାକୁ ପାଇଥିବ । ଯାହାକୁ ପ୍ରାୟତଃ ବ୍ରାହ୍ମଣ ବା ସ୍ତ୍ରୀ ମାନଙ୍କ ଦ୍ଵାରା କରିବାର ଦେଖିଥିବେ । ଶାସ୍ତ୍ରରେ କୁହାଯାଇଛି ଯେ ଯେଉଁ ପୂଜାରେ ଦୁବ ଘାସର ବ୍ୟବହାର ହୋଇନଥାଏ, ସେହି ପୂଜା ସଫଳ ହୁଏ ନାହିଁ ସେଥିପାଇଁ ପ୍ରାୟତଃ ସବୁ ପୂଜାରେ ଦୁବ ବ୍ୟବହାର ହୋଇଥାଏ ।
ଏହା ଛଡ଼ା ବିବାହରେ ଦୁବ ଘାସର ବହୁତ୍ ମହତ୍ତ୍ଵ ରହିଥାଏ । ଆଜି ଆମେ ଆପଣଙ୍କୁ ଦୁବ ଘାସ ଦ୍ୱାରା କିଛି ଉପାୟ କହିବାକୁ ଯାଉଛୁ ଯାହା ବହୁତ୍ କମ ଲୋକ ହୁଏତ ଜାଣିଛନ୍ତି ।
୧- ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ବ୍ୟକ୍ତି ଶନିବାର କିମ୍ବା ରବିବାର ଦିନ ଦୁଇ ପହରରେ ଶ୍ୱେତ ଦୁବ ସଂଗ୍ରହ କରି ଅଣ୍ଟାରେ ରଖିଥାନ୍ତି ତାଙ୍କୁ ସବୁ ଦିଗରୁ ଯଶ ପ୍ରାପ୍ତି ହୋଇଥାଏ । ଏହି ଭଳି ଲୋକେ ନିଜ ଜୀବନରେ ଭଲ କାମ ଆଉ ଅନ୍ୟ ମାନଙ୍କ ସାହାଯ୍ୟ କରିବା ଦ୍ୱାରା ଯଶ ପ୍ରାପ୍ତ କରନ୍ତି ।
୨- ଛୁଆଙ୍କୁ ପ୍ରାୟତଃ ପିହୁଳା ହୋଇଥାଏ ତେବେ ଶନି କିମ୍ବା ରବିବାର ଦିନ ଚୁପଚାପ ଭାବେ ଦୁବ ଘାସ ଏକତ୍ର କରି ୨୧ ଟି ଦୁବ ଘାସ ନାଲି କପଡ଼ାରେ ଗୁଡ଼ାଇ ଶିଶୁ ଗଳାରେ ପିନ୍ଧାଇଲେ ପିହୁଳା ଭଲ ହୋଇଥାଏ । ତେବେ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ଆପଣଙ୍କୁ ଯେମିତି କେହି ଦେଖନ୍ତି ନାହିଁ, ନଚେତ ଏହା କାର୍ଯ୍ୟକାରୀ ହେବ ନାହିଁ ।
– ବହୁତ କୁମାରୀ କନ୍ୟାମାନଙ୍କର ରଜସ୍ଵଳା ହୋଇବାରେ ବିଳମ୍ବ ହୋଇଥାଏ । ତେବେ ମହିଳା ମାନେ ଶନିବାର ବା ରବିବାର ଦିନ ସକାଳେ ଅଧୁଆ ପାଟିରେ ଦୁବ ସଂଗ୍ରହ କରି ଦୁବ ଘାସ ଆଉ ଚାଉଳ ବାଟି ପିଠା କରି ୨୧ ଦିନ ପର୍ଯ୍ୟନ୍ତ କୁମାରୀ କନ୍ୟାକୁ ଖାଇବାକୁ ଦିଅନ୍ତୁ । ଏହା ବହୁତ ଭଲ ଅଟେ ।
୪- ଛୋଟ ଛୁଆଙ୍କୁ ନଜର, ପିହୁଳା ଇତ୍ୟାଦି ଲାଗିଥାଏ । ତେବେ ସକାଳେ ଦୁବ ଘାସ ୭ଟି ନେଇ ଦୁର୍ଗା ମାଙ୍କ ନାମ ନେଇ ଛୁଆଙ୍କୁ ଝାଡି ଦିଅନ୍ତୁ ସବୁ ଦୃଷ୍ଟି ଦୋଷ ଦୂରେଇ ଯିବ । ଏହି ଭଳି ଆପଣ ମଙ୍ଗଳବାର ଦିନ କରନ୍ତୁ ଶୁଭ ଫଳ ପାଇବେ ।