ନେପାଳରେ ପୁଣି ଭୂକମ୍ପ : ଏହାର ତୀବ୍ରତା ୩.୬ – bajravana
[ad_1]
ନୂଆଦିଲ୍ଲୀ, ୫/୧୧ : ଆଜି ପାହାନ୍ତାରେ ନେପାଳରେ ପୁଣି ଥରେ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ‘ଏକ୍ସ’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି, ରାଜଧାନୀ କାଠମାଣ୍ଡୁଠାରୁ ପ୍ରାୟ ୧୬୯ କିଲୋମିଟର୍ ଦୂର ଭୂଗର୍ଭର ୧୦ କିଲୋମିଟର୍ ଗଭୀରରେ ପାହାନ୍ତା ୪.୩୮ ମିନିଟ୍ରେ ଏହି ଭୂମିକମ୍ପ ସଂଘଠିତ ହୋଇଛି। ଶୁକ୍ରବାର ବିଳମ୍ବିତ ରାତ୍ରରେ ନେପାଳରେ ୬.୪ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଘଟି ୧୫୭ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା। ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ଏବଂ ଅନେକ ଘରବାଡ଼ି ଭାଙ୍ଗିଯାଇଥିଲା । ପଡ଼ୋଶୀ ଦେଶ ଭାବେ ଭାରତ ଏଭଳି ଦୁର୍ବିପାକ ବେଳେ ନେପାଳକୁ ସାହାଯ୍ୟ କରିବ ବୋଲି ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୂମିକମ୍ପ ଯୋଗୁଁ ନେପାଳରେ ଘଟିଥିବା ଧନଜୀବନ ନଷ୍ଟ ଲାଗି ଗଭୀର ଦୁଃଖ ବ୍ୟକ୍ତ କରିଥିଲେ। ନେପାଳକୁ ସମର୍ଥନ କରିବା ସହିତ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ଭାରତ ଆଗ୍ରହୀ ବୋଲି ସେ କହିଥିଲେ।
[ad_2]