ସପ୍ତାହର କେଉଁ ବାରରେ ଚୁଟି କାଟିବା ଶୁଭ ଓ କେଉଁ ବାରରେ ଅଶୁଭ ହୋଇଥାଏ ନିଶ୍ଚୟ ଜାଣନ୍ତୁ…
ପ୍ରତ୍ଯେକଟି ବ୍ୟକ୍ତି ଜୀବନରେ ଧନର ଆବଶ୍ୟକତା ରହିଥାଏ । ପ୍ରତ୍ଯେକଟି ବ୍ୟକ୍ତିର ଭାଗ୍ୟରେ ଗ୍ରହ, ନକ୍ଷତ୍ରର ଅବସ୍ଥିତି କେଉଁ ସମୟରେ କ’ଣ କରିଥାଏ । ତାହାର ପ୍ରଭାବ ବ୍ୟକ୍ତିର ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ତେବେ ଅନେକ ଲୋକ ନିଜର କିଛି ଏପରି କାର୍ଯ୍ୟ ଭୁଲ ବାରରେ କରିଦେବା ଦ୍ଵାରା ମଧ୍ୟ ତାଙ୍କର ଆର୍ଥିକ ସ୍ଥିତି ବିଗିଡି ଯାଇଥାଏ । ତେଣୁ କେଉଁ ବାରରେ କେଉଁ କାର୍ଯ୍ୟ କରିବା ଦ୍ଵାରା ଆର୍ଥିକ ସ୍ଥିତି ଭଲ ରହିବ ସେଥିପ୍ରତି ମଧ୍ୟ ଧ୍ୟାନ ରଖିବା ଅବଶ୍ୟ ଦରକାର ପଡିଥାଏ ।
ତେବେ କେଉଁ ଦିନ ନଖ, ଚୁଟି କାଟିବା ଭଲ ଓ କେଉଁ ଦିନ ନଖ ଓ ଚୁଟି କାଟିବା ଭଲ ନୁହେଁ । ଏହି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା । ତେବେ ମଙ୍ଗଳବାର, ଗୁରୁବାର ଓ ଶନିବାର ଦିନ ନଖ କିମ୍ବା ଚୁଟିକୁ କାଟିବା ବାରଣ କରାଯାଇଥାଏ । ତେବେ କୌଣସି ବ୍ୟକ୍ତି ଯଦି ଏହି ସବୁ ଦିନରେ ନଖ ଓ ଚୁଟି କାଟିବ ତେବେ ତାହା ପାଇଁ ଏହା ଅଶୁଭ ହୋଇଥାଏ ।
ଯେଉଁ ମାନେ ବାହାରେ କୌଣସି ଚାକିରୀ ବା କୌଣସି ପ୍ରକାର କାର୍ଯ୍ୟ କରିଥାନ୍ତି । ସେମାନଙ୍କୁ ରବିବାର ଦିନ ସମୟ ମିଳିଲେ । ସେମାନେ ନିଜ ଶରୀରର ଯତ୍ନ ନେଇଥାନ୍ତି । ତେଣୁ ସେମାନେ ନଖ, ଚୁଟି ସେହି ଦିନ ହିଁ କାଟିଥାନ୍ତି । ତେବେ ରବିବାରକୁ ଭଗବାନ ସୂର୍ଯ୍ୟଙ୍କର ବାର ବୋଲି ମଧ୍ୟ ମାନାଯାଇଥାଏ । ତେଣୁ ଏହି ରବିବାର ଦିନକୁ ନଖ ଓ ଚୁଟି କାଟିବା ଦ୍ଵାରା ବ୍ୟକ୍ତିର ବୁଦ୍ଧି ଓ ଧନର କ୍ଷୟ ଘଟିଥାଏ ।
ସୋମବାର ଦିନ ଭଗବାନ ଶିବଙ୍କର ବାର ହୋଇଥାଏ । ତେଣୁ ଏହି ଦିନ ଚୁଟି ଓ ନଖ କାଟିବା ଦ୍ଵାରା ବ୍ୟକ୍ତି ନିଜ ସମସ୍ଯାକୁ ନିଜେ ନିମନ୍ତ୍ରଣ ଦେଇଥାଏ । ତେଣୁ ସୋମବାର ଦିନ ମଧ୍ୟ ନଖ ଓ ଚୁଟି କାଟିବା ଅନୁଚିତ ।
ବୁଧବାର ଓ ଶୁକ୍ରବାର ଯଦି କୌଣସି ବ୍ୟକ୍ତି ନିଜର ନଖ, ଚୁଟି କାଟିଥାଏ । ତେବେ ବ୍ୟକ୍ତିର ଆର୍ଥିକ ସ୍ଥିତି ବିଗିଡି ନଥାଏ । ସେଥିପାଇଁ ସପ୍ତାହର ସାତ ବାର ମଧ୍ୟରୁ ବୁଧବାର ଓ ଶୁକ୍ରବାର ଦିନ ନଖ ଓ ଚୁଟି କାଟିବା ଉଚିତ । ଆପଣ ବୁଧବାର ଓ ଶୁକ୍ରବାର ବାରରେ ଏହି ସବୁ କାର୍ଯ୍ୟ ନିଜର କରିପାରିବେ । ଯାହା ଦ୍ଵାରା ଆପଣଙ୍କର କୌଣସି ପ୍ରକାର କ୍ଷତି ହେବ ନାହିଁ ।
ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।