ଖେଳ ଖବର

ହସ୍ ଉଡ଼ାଇବ ବିରାଟଙ୍କ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟର ରୋଜଗାର – Nitidin – bajravana

[ad_1]

ନୂଆଦିଲ୍ଲୀ: ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ସର୍ବାଧିକ ରୋଜଗାର କରୁଥିବା ଆଥଲେଟଙ୍କ ତାଲିକାରେ ଭାରତୀୟ କ୍ରିକେଟର ବିରାଟ କୋହଲୀ ୩ୟ ସ୍ଥାନରେ ରହିଛନ୍ତି । ଆଉ କେବଳ କ୍ରିକେଟରଙ୍କ କଥା କହିଲେ ବିରାଟ ପ୍ରଥମ ସ୍ଥାନରେ ରହିଛନ୍ତି । ବିରାଟ ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ ୧୧.୪୫ କୋଟି ଟଙ୍କା ପାଇଥାନ୍ତି । ଏନେଇ ହୋପର ଏଚକ୍ୟୁ ତାଲିକା ଜାରି କରିଛି । ଏହି ତାଲିକାରେ ଦ୍ୱିତୀୟ ଭାରତୀୟ ଭାବେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ୨୯ତମ ସ୍ଥାନରେ ରହିଛନ୍ତି । ପ୍ରିୟଙ୍କା ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟରୁ ୪.୪ କୋଟି ଟଙ୍କା ରୋଜଗାର କରିଥାନ୍ତି ।

ସୂଚନାଯୋଗ୍ୟ, ଇନଷ୍ଟାଗ୍ରାମ ରୋଜଗାର ମାମଲାରେ ବିରାଟ କୋହଲୀଙ୍କ ଆଗକୁ ୨ ଆଥଲଟ କ୍ରିଷ୍ଟିଆନା ରୋନାଲଡୋ ଓ ଲିୟୋନେଲ ମେସୀ ରହିଛନ୍ତି । ରୋନାଲଡୋ ଗୋଟିଏ ପୋଷ୍ଟ ପାଇଁ ୨୬.୭ କୋଟି ଟଙ୍କା ଏବଂ ମେସି ୨୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button