ଦେଶ ବିଦେଶ

ଜି-୨୦ ସମ୍ମିଳନୀରେ ଯୋଗଦେବେନି ଋଷ ରାଷ୍ଟ୍ରପତି – bajravana

[ad_1]

ନୂଆଦିଲ୍ଲୀ, ୨୫/୦୮ : ସେପ୍ଟେମ୍ବର ମାସରେ ଭାରତରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୋଗଦେବେନି । ସେ କହିଛନ୍ତି କି ୟେବଗେନୀ ପ୍ରିଗୋଜିନଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତେଣୁ ପୁଟିନଙ୍କ ଉପରେ ଅଣାଯାଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଭାରତରେ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଋଷ ରାଷ୍ଟ୍ରପତି ଯୋଗ ଦେଇନପାରିବା ନେଇ କାରଣ ଦର୍ଶାଇଛନ୍ତି କ୍ରେମଲିନ ପ୍ରବକ୍ତା । ସେ କହିଛନ୍ତି କି ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ କାରଣରୁ ପୁଟିନ ଭାରତ ଯାଇପାରିବେ ନାହିଁ । ସ୍ପେଶାଲ ମିଲିଟାରୀ ଅପରେସନ ଉପରେ ପୁଟିନଙ୍କ ଫୋକସ ରହୁଥିବାରୁ ସେ ସେଥିରେ ବ୍ୟସ୍ତ ରହିବେ ଭାରତ ଆସିଲେ ତାଙ୍କୁ ଗିରଫ କରାଯାଇପାରେ ବୋଲି ସନ୍ଦେହ ପ୍ରକାଶ କରିଛି କ୍ରେମଲିନ୍ । ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବା ବ୍ରିକ୍ସର ୧୫ ତମ ସମ୍ମିଳନୀରେ ମଧ୍ୟ ପୁଟିନ ଉପସ୍ଥିତ ହୋଇନଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button