ଦେଶ ବିଦେଶ

ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା

ସଲମାନ ଖାନଙ୍କ ଘନିଷ୍ଠ ବନ୍ଧୁ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ଏହି ହତ୍ୟାକାଣ୍ଡ ସମଗ୍ର ଦେଶରେ ଚାଞ୍ଚଲ୍ୟ ଖେଳାଇଦେବା ସହ ସମଗ୍ର ବଲିଉଡରେ ଶୋକର ଛାୟା ଖେଳାଇ ଦେଇଛି। ଏବେ ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ତାଙ୍କ ଘର ବାହାରେ ବ୍ୟାରିକେଡ୍ ରହିଛି। ସଲମାନଙ୍କ ଘର ବାହାରେ କିମ୍ବା ଆଖପାଖରେ କୌଣସି ଗାଡିକୁ ଅଟକାଇବାକୁ ଅନୁମତି ଦିଆଯାଉନାହିଁ। ଏହାବ୍ୟତୀତ ସଲମାନ ଖାନଙ୍କ ଘର ବାହାରେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ମଧ୍ୟ ମୁତୟନ ଅଛନ୍ତି। ଅଭିନେତା ସଲମାନ ଖାନ୍‌ଙ୍କୁ ୱାଇ ପ୍ଲସ୍‌ ସିକ୍ୟୁରିଟି ପ୍ରଦାନ କରାଯାଇଛି। ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button