ଓଡିଶା

ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭୁବନେଶ୍ବର: ଆଜି ପୀଠରେ ମା ଦୁର୍ଗାଙ୍କ ସପ୍ତମୀ ପୂଜା ଚାଲିଥିବାବେଳେ ବିଭିନ୍ନ ପୂଜାମଣ୍ଡପରେ ମାଙ୍କ ଷଷ୍ଠୀ ପୂଜା ଜାରି ରହିଛି। ଏହି ଅବସରରେ ଓଡ଼ିଶାର ବହୁ ପ୍ରସିଦ୍ଧ ମାଙ୍କ ପୀଠରେ ଭିଡ଼ ପରିଲକ୍ଷିତ ହୋଇଛି। ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ରାଜ୍ୟର କୋଣଅନୁକୋଣରୁ ଛୁଟିଛି ଭକ୍ତଙ୍କ ସୁଅ ।

ଜଗତସିଂହପୁରର ମା ଶାରଳାଙ୍କ ପୀଠ, କଟକର ଚଣ୍ଡୀ ମନ୍ଦିର ଓ ଗଡ଼ଚଣ୍ଡୀଙ୍କ ମନ୍ଦିର, ବାଙ୍କୀର ମା ଚର୍ଚ୍ଚିକାଙ୍କ ପୀଠରେ ମାଙ୍କ ଦୁର୍ଲ୍ଲଭ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ପୀଠରେ ସପ୍ତମ ଦିନରେ ପହଞ୍ଚିଛି ମାଙ୍କ ନବରାତ୍ର ପୂଜା। ଆଜି ଶକ୍ତିପୀଠରେ ସ୍ୱତନ୍ତ୍ର ନୀତିକାନ୍ତି ରେ ଚାଲିଛି ମାଙ୍କ ପୂଜାର୍ଚ୍ଚନା। ଏଣେ କଟକ ଓ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରର ପୂଜାମଣ୍ଡପରେ ବି ମାଙ୍କର ପୂଜାର୍ଚ୍ଚନା ଚାଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button