ଦେଶ ବିଦେଶ

ରୁପି ଦୂର ହେବ କିପରି ?

ବନ୍ଧୁଗଣ ସାଧାରଣତଃ ରୁପି ସମସ୍ଯା ଶୀତ ଦିନରେ ହିଁ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହା ଏକ ଏହି ଭଳି ସମସ୍ଯା ଯାହା ଉଭୟ ପୁରୁଷ ଏବଂ ମହିଳା ଙ୍କ ଠାରେ ଦେଖିବାକୁ ମିଳିଥାଏ । ଏହାକୁ ନେଇ ଅନେକ ଲୋକ ଅନେକ ସାମୀ ଧରି ଚିନ୍ତିତ ମଧ୍ୟ ରହିଥାନ୍ତି । ଆସନ୍ତୁ ଜାଣିବା ଏହାକୁ ଡାକ୍ତର ଦୀପ୍ତି ରଞ୍ଜନ ବିଶୋଈ ନିଜର କଣ ମତାମତ ଦେଉଛନ୍ତି ।

ମୁଣ୍ଡ କୁଣ୍ଡାଇବା ସମୟରେ ଯଦି ଆପଣ ନିଜର କେସ ମୂଳରେ କିଛି ଧଳା ବା ପାଉଁଶ ରଙ୍ଗର କିଛି ଦେଖିବାକୁ ପାଆନ୍ତି , ତେବେ ଜଣାଇ ରଖନ୍ତୁ କି ଆପଣଙ୍କ ଠାରେ ମଧ୍ୟ ରୁପି ଜନିତ ସମସ୍ଯା ଦେଖା ଦେବା ସୃଷ୍ଟି ହେଲାଣି । ସାଧାରଣତଃ ରୁପି ଅନେକ ପ୍ରକାରର ଥାଏ । କିନ୍ତୁ ଏହାକୁ ଡର୍ମାଟୋଲୋଜିଷ୍ଟ ମାନେ ହିଁ ଚିହ୍ନି ଜାଣି ପାରିଥାନ୍ତି ।

ତେବେ କିଛି ଲୋକ ଙ୍କର କେବଳ ମୁଣ୍ଡ ରେ ରୁପି ହେବାର ଦେଖା ଯାଇଥାଏ । ଯାହା ଫଳରେ ତାଙ୍କର ମୁଣ୍ଡ କୁଣ୍ଡେଇ ହୋଇଥାଏ । କିଛି ଲୋକ ଙ୍କର ଛାତି ର କେଶ ରେ ହେବାର ଦେଖା ଦେଇଥାଏ ତ ପୁଣି କିଛି ଲୋକ ଙ୍କର ଆଖି ପତା ତଥା ଭୁରୁ ରେ ମଧ୍ୟ ହେବାର ଦେଖା ଦେଇଥାଏ । କିଛି ଲୋକ ଙ୍କ ଠାରେ କମ ମାତ୍ରା ରେ ହେବା ସମୟରେ କିଛି ଲୋକ ଙ୍କର ଅଧିକ ମାତ୍ରାରେ ହେବାର ମଧ୍ୟ ଦେଖା ଦେଇଥାଏ ।

କିଛି ଲୋକ ଙ୍କର ଜେନେଟିକ୍ସ କାରଣ ରୁ ରୁପି ଜନିତ ସମସ୍ଯା ହେବାର ମଧ୍ୟ ଦେଖା ଦେଇଥାଏ । ପୁଣି କିଛି ଲୋକ ଙ୍କର ଋତୁ ତଥା ପାଗ ଓ ଜଳବାୟୁ ର କାରଣ ରୁ ମଧ୍ୟ ରୁପି ଜନିତ ସମସ୍ଯା ଦେଖା ଦେଇଥାଏ । ଯେଉଁ ମାନଙ୍କର ଅଧିକ ମାତ୍ରା ରେ ଏହି ରୁପି ଜନିତ ସମସ୍ଯା ରହିଛି ସେମାନଙ୍କ ପାଇଁ ଭଲ ହେବ କି ସେମାନେ ଟିକେ କୌଣସି ଡର୍ମାଟୋଲୋଜିଷ୍ଟ ଙ୍କ ନିକଟ କୁ ଯାଇ ଦେଖାଇ ଦିଅନ୍ତୁ । କାରଣ କିଛି ରୋଗ ର କାରଣ ରୁ ମଧ୍ୟ ରୁପି ଜନିତ ସମସ୍ଯା ହେବାର ଦେଖା ଦେଇଥାଏ । ଏହାର ଚିକିତ୍ସା ମଧ୍ୟ ଭିନ୍ନ ଭିନ ପ୍ରକାରର ହୋଇଥାଏ । ଯେଉଁ ଲୋକ ମାନଙ୍କର କେବଳ ଶୀତ ଦିନରେ ରୁପି ହୋଇଥାଏ, ତାକୁ କେବଳ ଶୀତ ଦିନ ପାଇଁ ହିଁ ଚିକିତ୍ସା ଦିଆଯାଇ ଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button