ଜ୍ୟୋତିଷ

ପୂଜା ଘରେ ଏହି 2 ଟି ମୂର୍ତ୍ତି ଏକାଠି କେବେ ବି ରଖିବେ ନାହିଁ, ଲାଗିଥାଏ ଭୟଙ୍କର ବାସ୍ତୁଦୋଷ, ପିଛା ଚାଡେ ନାହିଁ ଦୁଃଖ ଦରିଦ୍ରତା

ସୂଚନା ଅନୁସାରେ ଘରର ପ୍ରତ୍ଯେକଟି କାର୍ଯ୍ୟକୁ ବାସ୍ତୁ ଶାସ୍ତ୍ର ଅନୁସାରେ କରିବା ଦ୍ଵାରା ଘରେ କେବେ ମଧ୍ୟ କିଛି ଅସୁବିଧାର ପରିସ୍ଥିତି ସୃଷ୍ଟି ହୋଇନଥାଏ । କାରଣ ଘର ପାଇଁ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ଵ ରହିଛି । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ବେଡ୍ ରୁମ୍, ଡ୍ରଇଙ୍ଗ ରୁମ୍, ବାଥ ରୁମ୍, ରୋଷେଇ ଘର ଓ ଠାକୁର ଘର ଇତ୍ୟାଦି ତିଆରି କରି ଓ ଠିକ ଜିନିଷ ଠିକ ଜାଗାରେ ରଖିବା ଦ୍ଵାରା ହିଁ ଘରେ ଶାନ୍ତି ବଜାୟ ରହିଥାଏ ।

 

ତେଣୁ ଆଜି ଆପଣ ଠାକୁର ଘରର ଅନେକ ବାସ୍ତୁ ସମ୍ବଦ୍ଧିତ କଥା ଜାଣିବାକୁ ପାଇବେ । ଘରର ଠାକୁର ଘରେ ପ୍ରଭୁ ଗଣେଶଙ୍କର ପ୍ରତିମୂର୍ତ୍ତି ରଖିବା ନିତାନ୍ତ ଆବଶ୍ୟକ । ତେଣୁ ପ୍ରଭୁ ଗଣେଶଙ୍କର ଫୋଟ ବା ମୂର୍ତ୍ତି ଯେକୌଣସି ଗୋଟିଏ ରଖିବା ଦ୍ଵାରା ହିଁ ଅତ୍ୟନ୍ତ ଶୁଭଫଳ ମିଳିଥାଏ ।

ପ୍ରଭୁ ବିଘ୍ନ ବିନାଶ ଗଣେଶଙ୍କର ଫୋଟ ରଖିବା ଦ୍ଵାରା ଘରକୁ ଆସୁଥିବା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ଘରେ ମା ଲକ୍ଷ୍ମୀଙ୍କର ଫୋଟ ବା ମୂର୍ତ୍ତି ରଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଇଥାଏ । ଏଥିପ୍ରତି ଧ୍ୟାନ ଦେବାକୁ ହେବ ଯେ ମା ଲକ୍ଷ୍ମୀଙ୍କ ସହିତ ଭଗବାନ ନାରାୟଣଙ୍କର ମିଶ୍ରୀତ ଫୋଟ ବା ମୂର୍ତ୍ତି ନିହାତି ରଖିବା ଉଚିତ ।

 

ଏହା ସଂପୂର୍ଣ୍ଣ ଘର ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ । ଘରେ ପ୍ରଭୁ ହନୁମାନଙ୍କର ପ୍ରତିମୂର୍ତ୍ତି ମଧ୍ୟ ରଖିବା ଉଚିତ  କାରଣ ପ୍ରଭୁ ହନୁମାନଙ୍କର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ବାରା ଘରେ ସମସ୍ତ ପ୍ରକାର ବାସ୍ତୁ ଦୋଷ ଓ ଗ୍ରହ ଦୋଷ ଦୂର ହୋଇଥାଏ । ଭଗବାନ ହନୁମାନଙ୍କର ପ୍ରତିମୂର୍ତ୍ତି ଘରେ ରଖିବା ଦ୍ଵାରା ଘରକୁ କୌଣସି ପ୍ରକାର ସଙ୍କଟ ଆସିପାରିନଥାଏ ।

ଏହା ସହିତ ଶ୍ରୀରାମ, ଲକ୍ଷ୍ମଣ, ମା ସୀତା ସହିତ ହନୁମାନଙ୍କର ବସିଥିବା ଫୋଟ ମଧ୍ୟ ଘରେ ରଖୀ ପୂଜା କରିବା ଉଚିତ । ଠାକୁର ଘରେ ତ୍ରିଦେବ ଅର୍ଥାତ ଭଗବାନ ବ୍ରହ୍ମା, ମହେଶ୍ଵର ଓ ନାରାୟଣଙ୍କର ଏକାଠି ପ୍ରତିମୂର୍ତ୍ତି ରଖିବା ଅନୁଚିତ । ଘରର ବେଡ୍ ରୁମ୍ ରେ ଭୁଲ୍ ରେ ମଧ୍ୟ ଭଗବାନ ହନୁମାନଙ୍କର ଫୋଟ ରଖିବା ଅନୁଚିତ ।

 

ସେଠାରେ ଶ୍ରୀକୃଷ୍ଣ ଓ ରାଧାରାଣୀଙ୍କର ଫୋଟ ରଖିପାରିବେ । ଏପରି କରିବା ଦ୍ଵାରା ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ଠାକୁର ଘରେ ମା ଦୂର୍ଗା ମହିଷାସୁରଙ୍କୁ ବଦ୍ଧ କରୁଥିବା ରାଗୀ ପ୍ରତିମୂର୍ତ୍ତି ରଖିବା ଅନୁଚିତ । ଠାକୁର ଘରେ କୌଣସି ପ୍ରକାର ରାଗୀ ମୂର୍ତ୍ତି ରଖିବା ଅନୁଚିତ । ଠାକୁର ଘରର ଏପରି ନିୟମ ପାଳନ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button