ଦେଶ ବିଦେଶ

ମାତ୍ର ୧୮ ବର୍ଷ ବୟସରେ ଦେଶ ପାଇଁ ଫାଶୀ ଖୁଣ୍ଟରେ ଝୁଲିଥିଲେ ଏହି ବିପ୍ଳବୀ

ଦୀର୍ଘ ଦିନର ସଂଘର୍ଷ ପରେ ଆମ ଦେଶ ବ୍ରିଟିଶମାନଙ୍କ ଦାସତ୍ୱରୁ ମୁକ୍ତିପାଇଥିଲା । ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ଭାରତ ପାଳୁଛି ଅମୃତ ମହୋତ୍ସୋବ । ଏହି ମହୋତ୍ସବ ଅବସରରେ, ଆମେ ସେହି ବୀରମାନଙ୍କୁ ସ୍ମରଣ କରୁଛୁ, ଯେଉଁମାନେ ଦେଶ ପାଇଁ ସଂଗ୍ରାମ କରିଥିଲେ ଏବଂ ଖୁସିଖୁସିରେ ନିଜ ଜୀବନର ବଳିଦାନ ଦେଇଥିଲେ ।

ଏହିପରି ଜଣେ ନାୟକ ହେଉଛନ୍ତି ଖୁଦିରାମ ବୋଷ , ଯାହାଙ୍କ ବିଷୟରେ ଆମେ ଆଜି ଆପଣଙ୍କୁ କିଛି ଜଣା ଅଜଣା କଥା ଜଣାଇବୁ ।

ଯେଉଁ ବୟସରେ ପିଲାମାନେ ପାଠପଢା ,ଖେଳିବା ଓ ବୁଲିବା ବିଷୟରେ ଚିନ୍ତା କରନ୍ତି । ସେହି ବୟସରୁ ହିଁ ଖୁଦୀରାମ ଭାରତର ସ୍ୱାଧିନତା ଲାଗି ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ । ମାତ୍ର ୧୮ ବର୍ଷ ବୟସରେ ହିଁ ସେ ହାତରେ ଗୀତା ଧରି ବେଶ୍ ଆନନ୍ଦ ମନରେ ଫାଶୀର ଫନ୍ଧାରେ ଝୁଲିଥିଲେ । ତାଙ୍କର ଏହି ବଳିଦାନ ଆଜି ବି ପ୍ରତ୍ୟକ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିଛି ।

୧୮୮୯ ମସିହା ୩ ଡିସେମ୍ବରରେ ପଶ୍ଚିମ ବଙ୍ଗର ମେଦିନାପୁରଠାରେ ଖୁଦିରାମ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାଁ ତ୍ରୟଲୋକ୍ୟ ନାଥ ବୋଷ ଓ ମା’ ଙ୍କ ନାମ ଥିଲା ଲକ୍ଷ୍ମୀପ୍ରିୟା ଦେବୀ । ଖୁଦିରାମ ବୋଷ ଖୁବ୍ ଛୋଟ ଥିବା ବେଳେ ତାଙ୍କ ମାତାପିତାଙ୍କର ମୃତ୍ୟୁ ହୋଇଥିଲା । ତେଣୁ ତାଙ୍କ ଭାଇ ଓ ଭଉଣୀ ଲାଳନ ପାଳନ ଦାୟିତ୍ୱ ନେଇଥିଲେ । ୧୯୦୫ ବଙ୍ଗଳା ବିଭାଜନ ପରେ ଖୁଦିରାମ ବୋଷ ଦେଶ ସ୍ୱଧୀନତା ପାଇଁ ଆନ୍ଦୋଳନରେ ଯୋଗଦେଇଥିଲେ । ସତ୍ୟନ ବୋଷଙ୍କ ନେତୃତ୍ୱରେ ଖୁଦିରାମ ନିଜ ବୈପ୍ଳବିକ ଜୀବନ ଆରମ୍ଭ କରିଥିଲେ । ପିଲାଦିନରୁ ହିଁ ସେ ରାଜନୈତିକ କାର୍ଯ୍ୟରେ ଭାଗ ନେବା ଆରମ୍ଭ କରିଥିଲେ । ନବନ ଶ୍ରେଣୀରୁ ପାଠପଢା ଛାଡ଼ି ସେ ବିପ୍ଳବୀ ଦଳରେ ସାମିଲ ହୋଇଥିଲେ ।

ଅନେକ ଥର ଖୁଦିରାମ ଲୋକମାନଙ୍କୁ ଏକତ୍ରିତ କରି କିପରି ଭାବରେ ଦେଶ ସ୍ୱାଧିନତା ପାଇବ ସେନେଇ ଅନେକ ସଭାସମିତି କରିଛନ୍ତି । ୨୮ ଫେବୃଆରୀ ୧୯୦୬ ରେ ସେ ପ୍ରଥମଥର ଗିରଫ ହୋଇଥିଲେ ହେଲେ ବୟସ କମ୍ ଥିବାରୁ ତାଙ୍କୁ ଜେଲରୁ ଛଡାଯାଇଥିଲା । ହେଲେ ଏଥିରେ ଭୟବିତ ହୋଇ ପଛଘୁଞ୍ଚା ଦେଇ ନଥିଲେ । ମନରେ ଥିବା ଦେଶ ପାଇଁ ଭକ୍ତି ଓ ସ୍ୱାଧୀନତାର ଆଶା ତାଙ୍କ ରାସ୍ତାରେ ଆସୁଥିବା ସମସ୍ତ ବାଧାକୁ ପାର୍ କରିବାର ବାଟ ଖୋଲୁଥିଲା ।

ନବନ ଶ୍ରେଣୀରୁ ପାଠପଢା ଛାଡ଼ିବା ପରେ ସେ ଏକ ବିପ୍ଳବୀ ପାର୍ଟିରେ ଯୋଗ ଦେଇଥିଲେ ଏବଂ ବନ୍ଦେ ମାତରମ୍ ଲିଖିତ ପାମ୍ପଲେଟ୍ ବଣ୍ଟନ କରିବା ଆରମ୍ଭ କରିଥିଲେ । ୧୯୦୬ ମସିହାରେ ଏକ ପ୍ରଦର୍ଶନୀରେ ‘ସୋନାର ବଙ୍ଗଳା’ର କପି ବଣ୍ଟନ କରୁଥିବାବେଳେ ଜଣେ ପୋଲିସ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ଖୁଦିରାମ ବୋଷ ତାଙ୍କୁ ମାରି ପଳାଇ ଯାଇଥିଲେ । ପରେ ବ୍ରିଟିଶ୍‌ ସରକାରଙ୍କ ତରଫରୁ ଖୁଦିରାମ ବୋଷଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇ ତାଙ୍କ ବିରୋଧରେ ମକଦମା ଆରମ୍ଭ କରାଯାଇଥିଲା କିନ୍ତୁ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିଲା ।

୧୯୦୫ ମସିହାରେ ବଙ୍ଗଳା ବିଭାଜନ ସମୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ଏହାକୁ ତୀବ୍ର ବିରୋଧ କରିଥିଲେ । ଇଂରେଜ ସରକାର ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । ଏହି ଆନ୍ଦୋଳନରେ ଭାଗ ନେଇଥିବା ବିପ୍ଳବୀମାନଙ୍କୁ ମାଜିଷ୍ଟ୍ରେଟ୍ କିଙ୍ଗସଫୋର୍ଡ ଅତ୍ୟନ୍ତ ନିଷ୍ଠୁର ଦଣ୍ଡ ଦେଇଥିଲେ । ଯାହା ପରେ କିଙ୍ଗସଫୋର୍ଡ ପଦୋନ୍ନତି ହୋଇଥିଲା । କିଙ୍ଗସଫୋର୍ଡ ଦ୍ୱାରା ଭାରତୀୟଙ୍କ ଉପରେ ଅତ୍ୟାଚାରର ଦିନକୁ ଦିନ ବଢିବାରେ ଲାଗିଥିଲା । ପ୍ରତିଷୋଧ ନେବା ପାଇଁ ନିଷ୍ପତ୍ତି ନିଆଗଲା । ଖୁଦିରାମ ବୋଷ ଏବଂ ପ୍ରଫୁଲ୍ଲ ଚାକି କିଙ୍ଗସଫୋର୍ଡକୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ ।

ଖୁଦିରାମ ବୋଷ ଏବଂ ପ୍ରଫୁଲ୍ଲା ଚାକି କିଙ୍ଗସଫୋର୍ଡର ଗାଡ଼ି ଭାବି ଭୁଲ ଗାଡି଼ ଉପରକୁ ବୋମା ପକାଇଥିଲେ । ଯେଉଁ ଗାଡି଼ରେ ଥିଲେ କେନେଡିଙ୍କ ପରିବାର ଯିଏ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ସହାନୁଭୂତି ଦେଖାଉଥିଲେ । ଏହି ବିସ୍ଫୋରଣରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ପ୍ରଫୁଲ୍ଲା ଚାକି ନିଜକୁ ଗୁଳି ମାରିଥିଲେ ଓ ୧୮ ବର୍ଷର ବାଳକଟି କିଛି ବୁଝି ନ ପାରି ଜୋରରେ ଦୈାଡିବା ଆରମ୍ଭ କରିଦେଇଥିଲା । ପ୍ରାୟ ୨୫ କିଲୋମିଟର ବାଟ ଖୁଦିରାମ ଦୈାଡିବାରେ ହିଁ ଲାଗିଥିଲେ । ଶେଷରେ ପୁଲିସ୍ ତାଙ୍କୁ ପୁସା ରୋଡ ଷ୍ଟେସନ ନିକଟରେ ଧରିଥିଲା । ପରେ ତାଙ୍କ ଉପରେ ହତ୍ୟା ଭଳି ସଙ୍ଗୀନ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ହେଲେ ମାତ୍ର ୫ ଦିନରେ ମଧ୍ୟରେ ଫଇସଲା ନେଇଥିଲା ବ୍ରିଟିଶ୍‌ ସରକାର । ସେହି ବର୍ଷ ଜୁନ ୮ରେ ବ୍ରିଟିଶ୍‌ କୋର୍ଟ ପକ୍ଷରୁ ଫାଶି ନିର୍ଦ୍ଦେଶ ଦିଆଯାଇଥିଲା । ଆଉ ୧୩ ଜୁନରେ ସେ ଦେଶମାତୃକା ପାଇଁ ଝୁଲି ପଡ଼ିଥିଲେ ଫାଶି ଖୁଣ୍ଟିରେ । ହେଲେ ତାଙ୍କ ବୈପ୍ଲବିକ ଆଦର୍ଶ ସବୁଦିନ ପାଇଁ ଅମର ହୋଇଗଲା ।

Related Articles

Leave a Reply

Your email address will not be published. Required fields are marked *

Back to top button