ଖେଳ ଖବର
ବ୍ୟବସ୍ଥା ସହ ଲଢ଼ି ଥକି ଗଲେ ଭିନେଶ: ଶଶି ଥରୁର
ନୂଆଦିଲ୍ଲୀ: ବୁଧବାର ପ୍ୟାରିସ ଅଲିମ୍ପିକ୍ସରୁ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଥିଲା। ଏହି ଘୋଷଣା ସହ ଭାରତ ଏକ ପଦକ ହରାଇଥିଲା। ୫୦କିଲୋଗ୍ରାମ ଶ୍ରେଣୀର ମହିଳା ରେସଲିଂରେ ଭାଗ ନେଇଥିଲେ ଭିନେଶ । ପ୍ରଥମ ଦିନ ସେ ବିରୋଧୀ ଟିମକୁ ହରାଇବା ପରେ ବୁଧବାର ପ୍ରତିଯୋଗିତା ପୂର୍ବରୁ ତାଙ୍କ ଓଜନ ୧୦୦ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା ।
ଏହା ପରେ ସେ ଅଲିମ୍ପିକ୍ ମହିଳା କୁସ୍ତି ଖେଳିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।
ଭିନେଶଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପରେ ସାରା ଭାରତ ତାଙ୍କୁ ସମର୍ଥନ କରିବା ଆରମ୍ଭ କରିଥିଲେ। ଏବେ କଂଗ୍ରେସ ସାଂସଦ ଶଶି ଥରୁର ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, “ଏହି ବ୍ୟବସ୍ଥାଠାରୁ ହାରି ଗଲା ଏ ଝିଅ, ଲଢ଼ି ଲଢ଼ି ଥକି ଗଲା ଏ ଝିଅ।” ଅବସର ଘୋଷଣା କରିବା ସହ ଭିନେଶ କରିଥିବା ପୋଷ୍ଟକୁ ସେୟାର କରି ହିନ୍ଦୀ ଭାଷାରେ ଶଶି ଥରୁର ଏଭଳି ଲେଖିଥିବା ଦେଖାଯାଇଛି।