ଖେଳ ଖବର

ବିନେଶ ଅଯୋଗ୍ୟ ଘୋଷିତ ହେବାରୁ ଦାଦା ମହାବୀର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆଜି ଅଗଷ୍ଟ ୭ରେ ପ୍ୟାରିସ ଅଲିମ୍ପିକ୍ସରୁ ବିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି। ଏହି ଘୋଷଣା ସହ ଭାରତ ଏକ ପଦକ ହରାଇଛି। ଅଯୋଗ୍ୟ ହେବା ପରେ ବିନେଶଙ୍କ ଦାଦା ମହାବୀର ଫୋଗାଟଙ୍କ ଆଖିରେ ଲୁହ ଆସିଥିବା ଦେଖିବାକୁ ମିଳିଛି। ଏହି ଘୋଷଣା ବିଷୟରେ ଜାଣି ସେ କହିଛନ୍ତି ଯେ, ବର୍ତ୍ତମାନ କୌଣସି ପଦକ ଆସିବ ନାହିଁ।

 

ସେ କହିଛନ୍ତି ଯେ, ଫେଡେରେଶନକୁ ମୁଁ କୌଣସି ଦାବି କରିବି ନାହିଁ। ସେମାନେ ଯାହା ଚାହିଁବେ ତାହା କରିବେ। ଏହି ସମୟରେ ସମଗ୍ର ଦେଶବାସୀ ଦୁଃଖରେ ଅଛନ୍ତି। ଏହି ଅଯୋଗ୍ୟତା ପଛରେ କିଛି ଷଡଯନ୍ତ୍ର ହୋଇପାରେ। ମୁଁ ଏପର୍ଯ୍ୟନ୍ତ ତାଙ୍କ ସହ କଥା ହୋଇ ନାହିଁ। କ’ଣ ପାଇଁ ଏସବୁ ଘଟିଲା, ତାହା ବିନେଶଙ୍କ ସହ କଥା ହେବା ପରେ ଜଣାପଡ଼ିବ।”

ତେବେ ୫୦କିଲୋଗ୍ରାମ ଶ୍ରେଣୀର ମହିଳା ରେସଲିଂରେ ଭାଗ ନେଇଥିଲେ ବିନେଶ। ପ୍ରଥମ ଦିନ ସେ ବିରୋଧୀ ଟିମକୁ ହରାଇବା ପରେ ବୁଧବାର ପ୍ରତିଯୋଗିତା ପୂର୍ବରୁ ତାଙ୍କ ଓଜନ ୧୦୦ଗ୍ରାମ ଅଧିକ ଥିବା ଜଣାପଡ଼ିଥିଲା । ଏହା ପରେ ସେ ଅଲିମ୍ପିକ୍ ମହିଳା କୁସ୍ତି ଖେଳିବାକୁ ଅଯୋଗ୍ୟ ବୋଲି ଘୋଷଣା କରାଯାଇଥିଲା।

କୁହାଯାଉଛି ଯେ, ବିନେଶ ପ୍ରଥମ ଥର ପାଇଁ ୫୦କିଲୋଗ୍ରାମ ବର୍ଗରେ ଖେଳୁଥିଲେ। ଏହାପୂର୍ବରୁ ସେ ୫୩କିଲୋଗ୍ରାମ ବର୍ଗରେ ଖେଳୁ ଆସୁଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button