ଦେଶ ବିଦେଶ

ଜୁଲାଇ ୨୨ରୁ ସଂସଦର ମୌସୁମୀ ଅଧିବେଶନ – bajravana

[ad_1]

ନୂଆଦିଲ୍ଲୀ, ୧୪/୬ : ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଆରମ୍ଭ ହେବାକୁ ଯାଉଛି ।  ଜୁଲାଇ ୨୨ରୁ ଅଗଷ୍ଟ ୯ ତାରିଖ ଯାଏଁ ହୋଇପାରେ। ମୌସୁମୀ ଅଧିବେଶନ ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମୋଦୀ ସରକାର ୩.୦ର ପୂର୍ଣ୍ଣ ବଜେଟ ଉପସ୍ଥାପନ କରିପାରନ୍ତି।  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ୧୨ ତାରିଖ ଦିନ କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ବ ନେଇଛନ୍ତି। ଦେଶର ପ୍ରଥମ ଏଭଳି ବ୍ୟକ୍ତି ହେବେ, ଯିଏକି କ୍ରମାଗତ ସପ୍ତମ ବଜେଟ ଓ କ୍ରମାଗତ ୬ଷ୍ଠ ପୂର୍ଣ୍ଣ ବଜେଟ ଉପସ୍ଥାପନ କରିବେ। ଏପର୍ଯ୍ୟନ୍ତ ସେ ୫ଟି ପୂର୍ଣ୍ଣ ବେଜଟ ଓ ଗୋଟିଏ ଅନ୍ତରୀଣ ବଜେଟ ଉପସ୍ଥାପନ କରିସାରିଛନ୍ତି।  ଅର୍ଥମନ୍ତ୍ରୀଙ୍କ କହିବା ଅନୁସାରେ ୨୦୨୫-୨୬ ପର୍ଯ୍ୟନ୍ତ ରାଜକୋଷ କ୍ଷତି ୫.୧ ପ୍ରତିଶତ ରହିବାର ଅନୁମାନ କରାଯାଉଛି। ୪୪.୯୦ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ରହୁଛି। ଅପରପକ୍ଷେ ୩୦ ଲକ୍ଷ କୋଟି ରାଜସ୍ବ ଆସିବାର ଅନୁମାନ କରାଯାଉଛି।   ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ ୨୪ ତାରିଖ ଠାରୁ ଆରମ୍ଭ ହେବ। ଏହି ଅଧିବେଶନ ଜୁଲାଇ ୩ ତାରିଖରେ ଶେଷ ହେବ ବୋଲି ନବନିର୍ବାଚିତ ସାଂସଦ ଓ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ବୁଣବାର ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି। ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନବନିର୍ବାଚିତ ସାଂସଦମାନଙ୍କୁ ଜୁନ ୨୭ ତାରିଖ ଦିନ ସମ୍ବୋଧିତ କରିବା ସହିତ ଆଲୋଚନା କରିବେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button