ଦେଶ ବିଦେଶ

ଏବେ ଟ୍ରାଫିକ ନିୟମ ଭାଙ୍ଗିଲେ ଯିବାକୁ ପଡ଼ିବ ସ୍କୁଲ ଓ ଡାକ୍ତରଖାନା !

ଚଣ୍ଡୀଗଡ: ଏବେ ଟ୍ରାଫିକ ନିୟମ ଭାଙ୍ଗିଲେ ଯିବାକୁ ପଡ଼ିବ ସ୍କୁଲ ଓ ଡାକ୍ତରଖାନା। ପୂର୍ବରୁ କେବଳ ଜରିମାନା ଲଗାଯାଉଥିବା ବେଳେ ଏବେ ଟ୍ରାଫିକ ନିୟମ ଭାଙ୍ଗିଲେ ଆପଣଙ୍କୁ ଟ୍ରାଫିକ ନିୟମ ବିଷୟରେ ଯାଇ ସ୍କୁଲରେ ପିଲାଙ୍କୁ ପଢ଼ାଇବାକୁ ହେବ ଏବଂ ଡାକ୍ତରଖାନା ଯାଇ ରକ୍ତଦାନ କରିବାକୁ ହେବ। ତେବେ ଏ ନିୟମ ପଞ୍ଜାବ ସରକାର ଲାଗୁ କରିଥିବା ବେଳେ ଏହି ନୂଆ ନିୟମ ଦ୍ବାରା ଲୋକେ ଟ୍ରାଫିକ ନିୟମ ଭାଙ୍ଗିବେ ନାହିଁ ବୋଲି ଆଶା ରଖିଛନ୍ତି ସରକାର।

ପଞ୍ଜାବ ରାଜ୍ୟ ପରିବହନ ବିଭାଗ ରବିବାର ଦିନ ଏକ ନୂତନ ଧାରା ଅନ୍ତର୍ଭୁକ୍ତ କରିଛି ଯାହା ଦ୍ବାରା ଲୋକ ଟ୍ରାଫିକ ନିୟମ ଉଲଂଘନ କଲେ ସେମାନଙ୍କୁ ହସ୍ପିଟାଲ କିମ୍ବା ବିଦ୍ୟାଳୟ ଯିବାକୁ ପଡ଼ିପାରେ। ନୂଆ ନିୟମ ଅନୁଯାୟୀ, ଯଦି ଟ୍ରାଫିକ ନିୟମ ଉଲଂଘନ ହୁଏ ତେବେ କେବଳ ଜରିମାନା ଆଦାୟ କରାଯିବ ନାହିଁ, ଭୁଲର ପୁନରାବୃତ୍ତି ହେଲେ ଜରିମାନା ମଧ୍ୟ ଦ୍ୱିଗୁଣିତ ହେବ। ଏହା ସହିତ ମଦ୍ୟପାନ କରି ଗାଡି ଚଳାଇଲେ ଡ୍ରାଇଭିଂ ଲାଇସେନ୍ସକୁ ତିନିମାସ ପାଇଁ ରଦ୍ଦ ରଖାଯିବ। ଏହା ସହିତ ନିକଟସ୍ଥ ଡାକ୍ତରଖାନାରେ ରୋଗୀଙ୍କ ସେବା କରିବାକୁ ପଡିବ କିମ୍ବା ଗୋଟିଏ ୟୁନିଟ୍ ରକ୍ତଦାନ କରିବାକୁ ପଡିବ।

ଏହା ସହ ଯଦି କେହି ଟ୍ରାଫିକ୍ ନିୟମ ଭାଙ୍ଗନ୍ତି ତେବେ ତାଙ୍କୁ ଟ୍ରାଫିକ୍ ନିୟମ ସହ ଜଡ଼ିତ ଏକ ପାଠ୍ୟକ୍ରମ ପଢ଼ିବା ପରେ ପରିବହନ କର୍ତ୍ତୃପକ୍ଷଙ୍କଠାରୁ ଏକ ସାର୍ଟିଫିକେଟ୍ ନେବାକୁ ହେବ। କେବଳ ଏତିକି ନୁହେଁ ପାଠ୍ୟକ୍ରମ ଶେଷ ହେବା ପରେ ଅତି କମରେ ୨୦ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଇ ଘଣ୍ଟା ପାଇଁ ଟ୍ରାଫିକ୍ ନିୟମ ଶିଖାଇବାକୁ ପଡ଼ିବ। ତେବେ ନିୟମ ଭାଙ୍ଗିବା ପରେ ଲୋକେ କେଉଁ ସେବା ଯୋଗାଇବାକୁ ଚାହାଁନ୍ତି, ତାହା ବାଛିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button