ଓଡିଶା

ଦଶପଲ୍ଲା ଜଙ୍ଗଲରେ ବାଘ ଆତଙ୍କ

ଦଶପଲ୍ଲା : ଦଶପଲ୍ଲା ବନାଞ୍ଚଳର ସାକେଣୀ ସେକ୍ସନ ଅଧୀନସ୍ଥ ତେଣ୍ତାବାଡ଼ି ପଞ୍ଚାୟତର ପୁରୁଣା ପୋଇବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ବାଘଙ୍କ ଚଳପ୍ରଚଳକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ୩ଟି ବାଘ ଗାଁ ନିକଟକୁ ଆସୁଛନ୍ତି। ରାତିରେ ବାଘଙ୍କ ଗର୍ଜନ ଶୁଣା ଯାଉଥିବା ବେଳେ ସେମାନଙ୍କ ପାଦଚିହ୍ନ ମଧ୍ୟ ଦେଖିବାକୁ ମିଳୁଛି। ଯାହାକୁ ନେଇ କୁସୁମଗାଡ଼ିଆ, ବରସାହି, ଖଳିସାହି ଏବଂ କୁସୁମକଣ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦିନବେଳା ଲୋକ ଆଉ ଜଙ୍ଗଲକୁ ଗାଈଛେଳି ଚରାଇ ନେବାକୁ ଭୟ କରୁଛନ୍ତି। ସେହିଭଳି ଉକ୍ତ ଅଞ୍ଚଳରେ ୧୪ ପଟିଆ ହାତୀଙ୍କ ଚଳପ୍ରଚଳ ରହୁଛି। ବିଭିନ୍ନ ସ୍ଥାନରେ ଧାନ ଫସଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏ ଦିଗରେ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button