news

ଟି-୨୦ ବିଶ୍ଵକପ୍ ରୁ ବାଦ୍ ପଡ଼ିଲେ ବୁମରା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ରହିଛି। ଏ ନେଇ ଭାରତୀୟଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ଏବେ ଏକ ନିରାଶ କଲା ଭଳି ଖବର ସାମ୍ନାକୁ ଆସିଛି। ଖବର ମିଳିଛି ଯେ, ଟି-୨୦ ବିଶ୍ବକପରୁ ବାଦ ପଡ଼ିଛନ୍ତି ଦ୍ରୁତ ବୋଲର ଜସପ୍ରୀତ ବୁମରା। ଏସିଆ କପ୍ ୨୦୨୨ରେ ଅଣ୍ଟାରେ ସମସ୍ୟା ହେତୁ ବାଦ୍ ପଡିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ସହ ଦଳକୁ ଫେରିଥିଲେ। କିନ୍ତୁ ବର୍ତ୍ତମାନ ସେ ଟି-୨୦ ବିଶ୍ୱକପରୁ ବାଦ ପଡିଛନ୍ତି।

ପିଟିଆଇ ଅନୁଯାୟୀ, ଅଣ୍ଟାରେ ଫ୍ରାକଚର ହୋଇଥିବା କାରଣରୁ ବୁମରା ଟି-୨୦ ବିଶ୍ୱକପ‌ରେ ଖେଳି ପାରିବେ ନାହିଁ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତୀୟ ସିରିଜରେ ବୁମରାଙ୍କୁ ସାମିଲ କରାଯାଇଥିଲା। କିନ୍ତୁ ସେପ୍ଟେମ୍ବର ୨୮ରେ ଖେଳାଯାଇଥିବା ମ୍ୟାଚରେ ପିଠିରେ ଯନ୍ତ୍ରଣା ହେତୁ ସେ ଖେଳି ପାରି ନଥିଲେ।

ବର୍ତ୍ତମାନ ଖବର ଆସିଛି ଯେ ବୁମରାଙ୍କ ଅଣ୍ଟା ହାଡ ଭାଙ୍ଗିବା କାରଣରୁ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ବ୍ୟତୀତ ଟି-୨୦ ବିଶ୍ୱକପରେ ଅଂଶଗ୍ରହଣ କରିପାରିବେ ନାହିଁ। ଅନ୍ୟପକ୍ଷରେ, ମହମ୍ମଦ ଶାମିଙ୍କୁ ବୁମରାଙ୍କ ସ୍ଥାନରେ ଟି-୨୦ ବିଶ୍ୱକପ ଦଳରେ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଟି-୨୦ ବିଶ୍ୱକପରେ ଶାମିଙ୍କୁ ଷ୍ଟାଣ୍ଡବାଏ ଭାବେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଏବେ ସେ ବୁମରାଙ୍କ ସ୍ଥାନରେ ଦଳରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ସହ ମହମ୍ମଦ ସିରାଜ ଷ୍ଟାଣ୍ଡବାଏରେ ରହିବେ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button