ଶାସ୍ତ୍ରୀ, ଇଂଜିନିୟରଙ୍କୁ ଜୀବନବ୍ୟାପୀ ପୁରସ୍କାର – bajravana
[ad_1]
ହାଇଦ୍ରବାଦ: ଏଠାରେ ମଙ୍ଗଳବାର ବିସିସିଆଇ ଦ୍ବାରା ଆୟୋଜିତ ହୋଇଛି ନମନ ପୁରସ୍କାର ପ୍ରଦାନ ଉତ୍ସବ। ଏଥିରେ ପୂର୍ବତନ କ୍ରିକେଟର୍ ରବି ଶାସ୍ତ୍ରୀ ଓ ଫାରୁକ ଇଂଜିନିୟରଙ୍କୁ ମିଳିଛି କର୍ଣ୍ଣଲ ସିକେ ନାୟୁଡ଼ୁ ଜୀବନବ୍ୟାପୀ ସାଧନା ପୁରସ୍କାର। ୨୦୨୨-୨୩ ବର୍ଷ ଲାଗି ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳି ପୁରସ୍କାର ପାଇଥିଲେ ଶୁବମନ ଗିଲ୍ (ପୁରୁଷ) ଓ ଦୀପ୍ତି ଶର୍ମା (ମହିଳା)। ସେହିପରି ମହମ୍ମଦ ସାମି (୨୦୧୯-୨୦), ରବିଚନ୍ଦ୍ରନ ଅଶ୍ବିନ ( ୨୦୨୦-୨୧), ଯଶପ୍ରୀତ ବୁମ୍ରା (୨୦୨୧-୨୨) ଶ୍ରେଷ୍ଠ ପୁରୁଷ ଏବଂ ଦୀପ୍ତି ଶର୍ମା (୨୦୧୯-୨୦), ସ୍ମୃତି ମନ୍ଧାନା (୨୦୨୦-୨୧) ଶ୍ରେଷ୍ଠ ମହିଳା ପୁରସ୍କାର ପାଇଥିଲେ। ଶ୍ରେଷ୍ଠ ପଦାର୍ପଣକାରୀ ପୁରସ୍କାର ପୁରୁଷରେ ପାଇଥିଲେ ଯଶସ୍ବୀ ଜୟସ୍ବାଲ (୨୦୨୨-୨୩), ଶ୍ରେୟସ ଆୟର (୨୦୨୧-୨୨), ଅକ୍ଷର ପଟେଲ (୨୦୨୦-୨୧) ଓ ମୟଙ୍କ ଅଗ୍ରୱାଲ (୨୦୧୯-୨୦) ଏବଂ ମହିଳାରେ ଅମନଜୋର କୌର (୨୦୨୨-୨୩), ଏସ୍ ମେଘନା (୨୦୨୧-୨୨), ଶେଫାଳି ବର୍ମା (୨୦୨୦-୨୧), ପ୍ରିୟା ପୁନିଆ (୨୦୧୯-୨୦)। ଏହି ଉତ୍ସବରେ ବିସିସିଆଇ ସଭାପତି ରୋଜର ବିନ୍ନି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।
[ad_2]