ଓଡିଶା

ଆଦିବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛି ତାଳ: ୬ଟି ତାଳସଜକୁ ୨୦ ଟଙ୍କା – bajravana

[ad_1]

ମାଲକାନଗିରି: ଏବେ ଚାରିଆଡ଼େ ଗ୍ରୀଷ୍ଣଋତୁର ରାଜୁତି। ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ପାରଦ ୪୩ ଡିଗ୍ରିରେ ପହଞ୍ଚିଛି। ମାଲକାନଗିରି ଜିଲ୍ଲା ଗ୍ରୀଷ୍ମର ବଳୟ ମଧ୍ୟରେ ରହିଥିବାରୁ ଏଠାରେ ବହୁ ପରିମାଣର ତାଳ ଗଛ ଦେଖିବାକୁ ମିଳିଥାଏ। ତେଣୁ ବଜାରରେ ଏବେ ତାଳର ଚାହିଦା ବେଶ ଦେଖିବାକୁ ମିଳିଛି। ଜିଲ୍ଲାର କୋରକୋଣ୍ଡା ଏବଂ ମାଲାକନଗିରି ବ୍ଲକର ବିଭିନ୍ନ ଗ୍ରାମରେ ବାସ କରୁଥିବା ଆଦିବାସୀ ସଂପ୍ରଦାୟର ଲୋକେ ନିଜ ନିଜ ବାଡି ବଗିଚାରେ ଲାଗିଥିବା ତାଳ ସଜକୁ ଆଣି ଏବେ ବଜାରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ତାଳର ଚାହିଦା ଦିନକୁ ଦିନ ବଢୁଥିବାରୁ ଆଦିବାସୀ ଭାଇମାନେ ବସ୍ତା ବସ୍ତା ତାଳ ଆଣି ତାକୁ କାଟି ତାଳ ସଜ ବାହାର କରି ବିକ୍ରି କରୁଛନ୍ତି। ୬ଟି ତାଳ ସଜକୁ ଏବେ କୋଡିଏ ଟଂକାରେ ବିକ୍ରି କରୁଛନ୍ତି। ବିଶେଷକରି କୋରକୋଣ୍ଡା ବ୍ଲକର ତୁମସାପାଲ୍ଲୀ ଓ ମାରିବେଡା ଗ୍ରାମବାସୀ ତାଳ ଆଣି ମାଲକାନଗିରିରେ ବିକ୍ରି କରି ବେଶ ଦିପଇସା ଲାଭ ପାଉଥିବା ଦେଖିବାକୁ ମିଳିଛି। କିଛି ଆଦିବାସୀ ଭାଇମାନେ ତାଳକୁ ବଜାରକୁ ନେଇ ବିକ୍ରି କରିପାରୁନଥିବାରୁ ମଧ୍ୟସ୍ଥି ମାନକୁ ଅତି କମ ଦାମରେ ଗଛକୁ ବିକ୍ରି ଦେଇଥାନ୍ତି। କିନ୍ତୁ ମଧ୍ୟସ୍ଥିମାନେ ଚାଷୀ ଅପେକ୍ଷା ବେଶ ଲାଭବାନ ହୁଅନ୍ତି।ମଧ୍ୟସ୍ଥିମାନେ ଗୋଟିଏ ତାଳ ସଜକୁ ତିନି ଟଂକାରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି। ପ୍ରଚଣ୍ଡ ଗ୍ରୀଷ୍ଣ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବେଶ ଆଗ୍ରହର ସହ ତାଳ ସଜକୁ କିଣି ନେଉଥିବା ଯୋଗୁଁ ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି।

ମକ୍କା ସୋଡି, ପଦିଆ ସୋଡି ଓ ସୋନା ସୋଡିଙ୍କ କହିବା ଅନୁଯାୟୀ ଗଛ ଲଗାଇବାର ତିନି ବର୍ଷ ପରେ ଫଳ ଦେବାର ସକ୍ଷମ ହୋଇଥାଏ। ଦିନ ଥିଲା ମାଲକାନଗିରି ଜିଲ୍ଲାର ସବୁ ବ୍ଲକରେ ତାଳ ଗଛ ଦେଖିବାକୁ ମିଳୁଥିଲା। କିନ୍ତୁ ବିଭିନ୍ନ କାରଣରୁ ତାଳ ଗଛ ସଂଖ୍ୟା କମିଯାଉଥିଲେ ମଧ୍ୟ ଏହା ଏକ ବ୍ୟବସାୟୀକ ଫଳ ହୋଇଥିବାରୁ ନିଜ ବାଡି ବଗିଚାରେ ଗଛଗୁଡିକକୁ ଅତି ଯତ୍ନର ସହିଦ ଲୋକେ ସୁରକ୍ଷା ଦେଇଥାନ୍ତି। ପ୍ରତିବର୍ଷ ଆଦିବାସୀ ଭାଇମାନେ ତାଳ ଗଛରୁ ହଜାର ହଜାର ଟଂକା ରୋଜଗାର କରୁଥିବା ବେଳେ ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରୁଛନ୍ତି। ତାଳ କେବଳ ମାଲାକନଗିରି ଜିଲ୍ଲା ହିଁ ନୁହେଁ ବରଂ ପଡୋଶୀ ଜିଲ୍ଲା ସମେତ ପଡୋଶୀ ରାଜ୍ୟକୁ ମଧ୍ୟ ଚାଲାଣ କରାଯାଇଥାଏ।ପ୍ରତିବର୍ଷ ଗ୍ରୀଷ୍ଣର ପ୍ରଚଣ୍ଡ ଖରାକୁ ଖାତିରି ନକରି ଏହି ଅଂଚଳର ଆଦିବାସୀ ଭାଇମାନେ ତାଳଗଛରୁ ତାଳ ଆଣି ଭୋର ସକାଳୁ ମାଲକାନଗିରିରେ ପସରା ମେଲାଇ ଦେଇଥାନ୍ତି। ଅନବରତ ଲଗାତାର ତିନିରୁ ଚାରି ମାସ ତାଳ ସଜ ଲୋକଙ୍କୁ ଯୋଗାଇଥାନ୍ତି। ଲୋକେ ମଧ୍ୟ ମନ ପସନ୍ଦର ତାଳ ସଜ ବର୍ଷକୁ ଥରେ ମିଳୁଥିବାରୁ ଏହାକୁ ନେବାକୁ ଭୁଲନ୍ତି ନାହିଁ। ସରକାର ଯଦି ଏହି ବ୍ୟବସାୟରେ ଆଦିବାସୀ ଭାଇମାନଙ୍କୁ ସହଯୋଗର ହାତ ବଢାଇଥାନ୍ତେ। ତେବେ ସେମାନେ ଆହୁରି ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button