ଦେଶ ବିଦେଶ

ପୁଣି ବଢିଲା ସୁନାଦର : ଆଗକୁ ପାର କରିବ ୮୦ ହଜାର – bajravana

[ad_1]

ନୂଆଦିଲ୍ଲୀ, ୧୨/୪ : ଦିନକୁ ଦିନ ରକେଟ ବେଗରେ ବଢୁଛି ସୁନା ଦର । ୨୪ କ୍ୟାରେଟ୍ ସୁନାଦର ୭୫ ହଜାର ଟଙ୍କା ଛୁଇଁଲା । ଆଗକୁ ଆହୁରି ବଢିବ । ପାର କରିବ ୮୦ ହଜାର । ଆମେରିକାରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ରଖିବାକୁ ଋଣ ଉପରେ ସୁଧ କଟ୍ କରୁଛନ୍ତି ସେଠାକାର ସେଣ୍ଟ୍ରାଲ୍ ବ୍ୟାଙ୍କ । ମୁଦ୍ରାସ୍ଫୀତି ମୁକାବିଲା କରିବାକୁ ଫେଡେରାଲ୍ ରିଜର୍ଭ ବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ବଜାରରୁ ସୁନା କିଣିଚାଲିଛି । ଆମେରିକାକୁ ଦେଖି ସୁନା କିଣିଚାଲିଛନ୍ତି ଚୀନ୍ ସେଣ୍ଟାଲ୍ ବ୍ୟାଙ୍କ ଓ ଇଉରୋପିୟାନ୍ ସେଣ୍ଟ୍ରାଲ ବ୍ୟାଙ୍କ । ଏହାସହିତ ଇସ୍ରାଏଲ ଓ ଇରାନ୍କୁ ନେଇ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଯୋଗୁ ସୁନା ବଜାରରେ ତାତି ଲାଗି ରହିଛି । ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୨୦୦ ଟଙ୍କା ଥିବାବେଳେ ଆଗକୁ ଏହାର ମୂଲ୍ୟ ୭୦ ହଜାର ଛୁଇଁବା ସମ୍ଭାବନା ରହିଛି । ବିବାହ, ବ୍ରତ ପାଇଁ ସୁନା କିଣାରେ ଲୋକ କିଛିଟା ନିରାଶ ହେଉଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button