ଓଡିଶା

କେବେ ସରିବ ନିର୍ମାଣାଧୀନ ପ୍ରକଳ୍ପ? ଜମିଅଧିଗ୍ରହଣରେ ଚିରାଚରିତ ଅବହେଳା – bajravana

[ad_1]

ରାଉରକେଲା: ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର ହୋଇସାରିଛି। ନିର୍ମାଣ ଅବଧି ବି ଶେଷ ହେଲାଣି। କିନ୍ତୁ ଜମିଅଧିଗ୍ରହଣରେ ଅଯଥା ବିଳମ୍ବ ଯୋଗୁଁ ପ୍ରକଳ୍ପର ଭାଗ୍ୟ ଫିଟିପାରୁନି। ସଂପ୍ରତି ସାଧାରଣ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଛି। ଏହାପରେ ମୌସୁମୀ ଧସେଇ ପଶିବା ସହ ବର୍ଷା ଋତୁ ଆରମ୍ଭ ହୋଇଯିବ। ଏଣୁ ଅନ୍ତଃତ ଆଉ ୩/୪ ମାସ ଏହି ପ୍ରକଳ୍ପର ଅଗ୍ରଗତି ହେବା ସମ୍ଭାବନା ପ୍ରାୟ କ୍ଷୀଣ।

ରାଉରକେଲାବାସୀଙ୍କ ଛଅ ଦଶନ୍ଧି ପୁରୁଣା ଦାବି, ତାଳଚେର-ବିମଳାଗଡ଼ ରେଳପଥ ପ୍ରକଳ୍ପ ଏଯାଏ ବାସ୍ତବ ରୂପ ନେଇପାରୁନି। ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ଚିରାଚରିତ ଅବହେଳା ଏହାର ମୁଖ୍ୟ କାରଣ ପାଲଟିଛି। ମିଳିଥିବା ସୂଚନା ମୁତାବକ, ଏପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲାର ୭ଟି ଗାଁରୁ ୭୬.୫ ଏକର ଜମି ଅଧିଗ୍ରହଣ କରାଯାଇନଥିବାବେଳେ ଦେବଗଡ଼ ଜିଲ୍ଲାର ୪ଟି ଗାଁର ୧୨୩.୮୩ ଏକର ଜମି ବାକି ଅଛି। ଉଲ୍ଲେଖଯୋଗ୍ୟ, ତାଳଚେର ପଟୁ ନିର୍ମାଣ କାର୍ଯ୍ୟ ବେଗ ଧରିଛି। ତାଳଚେର-ସୁନାଖଣି ଓ ସୁନାଖଣି-ସାମଲ ରେଳପଥ ନିର୍ମାଣ ଶେଷ ହୋଇସାରିଛି। ଏବେ ସାମଲ-ପରବିଲ, ପରବିଲ-ଖମାର ଓ ଖମାର-ଶ୍ରୀରାମପୁର କାମ ନିର୍ମାଥଣାଧୀନ ଥିବାବେଳେ ଶ୍ରୀରାମପୁର-ପାଲଲହଡ଼ା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। କେବଳ ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ଜମି ଅଧିଗ୍ରହଣ ସମ୍ପନ୍ନ ହୋଇନଥିବାରୁ ପ୍ରାୟ ୬୫ କିଲୋମିଟର ବିଶିଷ୍ଟ ପାଲଲହଡ଼ା-ବିମଳାଗଡ଼ ରେଳପଥ ନିର୍ମାଣ ଆରମ୍ଭ ହୋଇପାରୁନି। ସେହିଭଳି ୭.୬୮ କୋଟି ବ୍ୟୟ ଅଟକଳରେ ୨୦୧୭-୧୮ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଲହଣ୍ଡା-ମିଟକୁନ୍ଦୁରୀ ସେତୁ ଶେଷ ହେବାର ନାଁ ନେଉନି।

ଜମି ସମସ୍ୟା ଯୋଗୁଁ ଆପ୍ରୋଚ୍ ରୋଡ୍ ଓ ସେତୁର ଗୋଟିଏ ସ୍ଲାବବ୍ ନିର୍ମାଣ ହୋଇପାରୁନି। ଏହି ପ୍ରକଳ୍ପ ସଂପନ୍ନ କରିବାକୁ ହେଲେ ଖୁଣ୍ଟଗାଁରେ ୪୬ ଡିସିମିଲ ଓ ମିଟକୁନ୍ଦୁରୀଠାରେ ୨୭ ଡିସିମିଲ, ମୋଟ୍ ୭୩ ଡିସିମିଲ ଜମି ଆବଶ୍ୟକ। କିନ୍ତୁ ପ୍ରଶାସନ ଏହି ଜମି ଅଧିଗ୍ରହଣ କରିପାରୁନଥିବାରୁ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିରହିଛି। ଏତଦ୍‌ବ୍ୟତୀତ ରାଉରକେଲା ଓ ଟାଟାନଗରକୁ ସଂଯୋଗ ପାଇଁ ନିର୍ମାଣାଧୀନ ଜାତୀୟ ରାଜପଥ ୩୨୦ ଡି’ ମଧ୍ୟ ସମାନ ଦଶା ଭୋଗୁଛି। ଏହି ପ୍ରକଳ୍ପ ପାଇଁ ୨୦୯.୫୦ କୋଟି ଅନୁମୋଦିତ ବି ହୋଇସାରିଛି। ଏହି ପ୍ରସ୍ତାବିତ ଜାତୀୟ ରାଜପଥ ବନ୍ଧମୁଣ୍ଡା-ବିଶ୍ରା-ମନୋହରପୁର ବରପୋଷ-କାଏଦା-ଗୋଏଲକେରା-ସେୁନିଆ-ଚକ୍ରଧରପୁର ଦେଇ ଟାଟାନଗରକୁ ସଂଯୋଗ କରିବ। ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ବି ସମ୍ପନ୍ନ ହୋଇନି। ବିଶ୍ରା-ଜରୈକେଲା (୨୪.୫ କିଲୋମିଟର) ମଧ୍ୟରେ ପ୍ରକଳ୍ପ ପାଇଁ ୧୩୮ ଏକର ଜମି ଅଧିଗ୍ରହଣର ଆବଶ୍ୟକତା ରହିଛି। କିନ୍ତୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉନଥିବାରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆଗେଇପାରୁନି। କୁକୁଡ଼ା ଗେଟ୍ ଲେଭେଲ୍ କ୍ରସିଂରେ  ନିର୍ମାଣାଧୀନ ରୋଡ୍ ଓଭରବ୍ରିଜ୍(ଆର୍ଓବି) ପ୍ରକଳ୍ପର ମଧ୍ୟ ଭାଗ୍ୟ ଫିଟିପାରୁନି। ୨୦୧୮ ମସିହାରୁ ଅନୁମୋଦିତ ଏହି ପ୍ରକଳ୍ପର ଭାଗ୍ୟ ସମାନ ଜମି ସମସ୍ୟା ଯୋଗୁଁ ଝୁଲିରହିଛି। ବର୍ତ୍ତମାନ ସାଧାରଣ ନିର୍ବାଚନ ଓ ପରେ ବର୍ଷାଋତୁ ଯୋଗୁଁ ନିର୍ଦ୍ଦିଷ୍ଟ କେବେ ପ୍ରକଳ୍ପ ବେଗ ଧରିବ ଓ ସମ୍ପନ୍ନ ହେବ; ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button