ଓଡିଶା

ଛାତ୍ରଛାତ୍ରୀଙ୍କ ଚରିତ୍ର, ଦକ୍ଷତା ବୃଦ୍ଧି ଲକ୍ଷ୍ୟ: ସୌମ୍ୟ – bajravana

[ad_1]

କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ ଶୁଭାରମ୍ଭ

ବାରଙ୍ଗ: ‘ସମ୍ବାଦ ଗ୍ରୁପ୍ ଶିକ୍ଷାନୁଷ୍ଠାନ’ ତରଫରୁ ନରଣପୁରସ୍ଥିତ କେଏମ୍‌ବିବି +୨ ଉଚ୍ଚ ମାଧ୍ୟମିକ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଗୁରୁବାର ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ‘ସମ୍ବାଦ ଶିକ୍ଷାସମୂହ’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଞ୍ଜରୀ ହଲ୍‌ରେ ଆୟୋଜିତ ସଭାରେ ଶ୍ରୀ ପଟ୍ଟନାୟକ କହିଥିଲେ, ଆଦର୍ଶ ଚରିତ୍ର ଗଠନ ସହିତ ଗୁଣାତ୍ମକ ଶିକ୍ଷାଦାନ ମାଧ୍ୟମରେ ପିଲାମାନଙ୍କୁ ମାନସିକ ସ୍ତରରେ ସଶକ୍ତ କରିବା ଏବଂ ସେମାନଙ୍କ ଦକ୍ଷତା ବୃଦ୍ଧିକରିବା ସ୍କୁଲ୍‌ର ମୂଳଲକ୍ଷ୍ୟ ରହିଛି। ଆଦର୍ଶ ଅନୁଷ୍ଠାନ ଭାବେ ପରିଗଣିତ କରିବାର ଆଶାରଖି ଏହା କରାଯାଇଛି। ପିଲାଙ୍କ ବାପା ଓ ମା’ମାନେ ପିଲାର ଭବିଷ୍ୟତ ଗଢ଼ିବା ଲାଗି ଏବଂ ଏହି ଅନୁଷ୍ଠାନ ଉପରେ ଭରସାକରି ଏଠାକୁ ପାଠ ପଢ଼ିବାକୁ ପଠାଇଛନ୍ତି। ପିତା, ମାତା ଓ ସନ୍ତାନଙ୍କ ତ୍ରିବେଣୀ ସଙ୍ଗମରେ ଅନୁଷ୍ଠାନଟି ସଫଳ ହେବ ଏବଂ ଭବିଷ୍ୟତରେ ଏହା ଇତିହାସ ସୃଷ୍ଟି କରିବ। ପିଲାମାନଙ୍କର ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷିତ ସମାଜର ସହଯୋଗ ରହିଲେ ଏହା ସମ୍ଭବ ହୋଇପାରିବ ବୋଲି ସେ କହିଥିଲେ।

ପିତା, ମାତା ଓ ଛାତ୍ରଛାତ୍ରୀଙ୍କ ତ୍ରିବେଣୀ ସଙ୍ଗମ ପାଲଟିବ

ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ଶିକ୍ଷା ସମୂହ’ର ନିର୍ଦ୍ଦେଶକ (ପ୍ରାଶାସନିକ) ପ୍ରଫେସର ସରୋଜ କୁମାର ପଣ୍ଡା ଶିକ୍ଷାନୁଷ୍ଠାନକୁ ସଫଳ କରାଇବା ଲାଗି ଉପସ୍ଥିତ ଅଭିଭାବକ ଓ ବୁଦ୍ଧିଜୀବୀମାନଙ୍କ ସହଯୋଗ କାମନା କରିଥଲେ। ନରଣପୁରସ୍ଥିତ କେଏମ୍‌ବିବି ଶିକ୍ଷାସମୂହର ନିର୍ଦ୍ଦେଶକ (ଶୈକ୍ଷିକ) ତଥା କ୍ୟାମ୍ପସ୍‌-୨ର ଅଧ୍ୟକ୍ଷ ଡକ୍ଟର ବିଜୁନି ଚରଣ ସୂତାର କହିଥିଲେ ଯେ ଶ୍ରୀ ପଟ୍ଟନାୟକଙ୍କ ଶିକ୍ଷା ଓ ଶିକ୍ଷାନୁଷ୍ଠାନ ପ୍ରତି ଥିବା ଆଗ୍ରହ ଅନୁଷ୍ଠାନକୁ ସଫଳ କରାଇପାରିଛି। କେଏମ୍‌ବିବି ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷା କାବେରୀ ସାମଲ ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରିୟଙ୍କା ଜେନା ଧନ୍ୟବାଦ ଦେଇଥିଲେ।
କାର୍ଯ୍ୟକ୍ରମରେ ଅମରେନ୍ଦ୍ର ମହାପାତ୍ର, ସୁରେଶ କୁମାର ମହାନ୍ତି, ଡକ୍ଟର ଅର୍ଜୁନ ମହାରଣା, ପ୍ରକାଶ ଚନ୍ଦ୍ର ପାଣି, ସୁକାନ୍ତ କୁମାର ବେହେରା, ସଂଗ୍ରାମ କେଶରୀ ମହାପାତ୍ର, ଅମୂଲ୍ୟ କୁମାର ନାୟକ, ରଣଜିତ କୁମାର ବିଶୋଇଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। କେଏମ୍‌ବିବି ମହାବିଦ୍ୟାଳୟ ଓ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଗଣ ଏଥିରେ ସହଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button