ଓଡିଶା

ବାହାଘର ଭୋଜି ପାଇଁ ବିମାନ ବ୍ୟବହାର କରିଛନ୍ତି ପାଣ୍ଡିଆନ: ବିଜେପି – bajravana

[ad_1]

ମେ ୧୪ ଓ ଜୁନ୍ ୨୮ରେ ବ୍ୟକ୍ତିଗତ କାମରେ ବିମାନ, ହେଲିକପ୍ଟର ବ୍ୟବହାର ହୋଇଛି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆନ ଗତ ମେ ୧୪ତାରିଖରେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲଙ୍କ ବାହାଘର ଭୋଜି ଖାଇବାକୁ ଜେଟ୍‌ ସର୍ଭ ଆଭିଏସନ୍ ପ୍ରାଇଭେଟ ଲିମିଟେଡ କମ୍ପାନିର ବି-୨୦୦ ବିମାନକୁ ବ୍ୟବହାର କରିଛନ୍ତି। ଭୁବ‌ନେଶ୍ବର ବିମାନବନ୍ଦରରୁ ଅନୁଗୁଳରେ ଥିବା ସାବିତ୍ରୀ ଜିନ୍ଦଲ ବିମାନବନ୍ଦରକୁ ଏଥିରେ ଯାଇଛନ୍ତି। ଏହିଦିନ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ନଥିବା ବେଳେ କେବଳ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ ସରକାରୀ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ସେ ବିମାନ ବ୍ୟବହାର କରିଛନ୍ତି। କେବଳ ଏତିକି ନୁହେଁ, ଜୁନ୍‌ ୨୮ରେ ବିଜେଡିର ଜଣେ ବିଧାୟକଙ୍କ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପାଣ୍ଡିଆନ ଓଏସ୍‌ଏସ୍‌ ଏୟାର ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡର ହେଲିକପ୍ଟର ବ୍ୟବହାର କରିଛନ୍ତି। ଜଣେ ସଚିବ ବାହାଘର ଭୋଜି ପାଇଁ ଯଦି ସରକାରୀ ଅର୍ଥକୁ ଅପବ୍ୟୟ କରି ବିମାନ/ହେଲିକପ୍ଟର ବ୍ୟବହାର କରିବେ ତାହେଲେ ଏହାକୁ ଯେତେ ସମାଲୋଚନା କଲେ ବି କମ୍‌ ପଡ଼ିବ। ଏହା ସିଧାସଳଖ ଭା‌େବ ସରକାରୀ ଅର୍ଥର ଅପବ୍ୟୟ। ସଚିବ କିପରି ନିଜ ବ୍ୟକ୍ତିଗତ କାମ ପାଇଁ ସରକାରୀ ବିମାନ ଓ ହେଲିକପ୍ଟର ବ୍ୟବହାର କରିଛନ୍ତି ତାହା ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଆର୍‌ଟିଆଇରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି। ସଚିବଙ୍କ ଆରାମଦାୟକ ହେଲିକପ୍ଟର ଯାତ୍ରା ନେଇ ତଥ୍ୟ ଆସିବା ପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ କି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହାକୁ ଆମେ ଅପେକ୍ଷା କରିଛୁ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ କହିଛନ୍ତି।

ମେ ୧୪ ଓ ଜୁନ୍ ୨୮ରେ ବ୍ୟକ୍ତିଗତ କାମରେ ବିମାନ, ହେଲିକପ୍ଟର ବ୍ୟବହାର ହୋଇଛି
୬ମାସରେ ୭୫ଥର ହେଲିକପ୍ଟର/ବିମାନ କିଏ ବ୍ୟବହାର କରିଛି?

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅାୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଶ୍ବାଳ କହିଛନ୍ତି ଯେ ୨୦୧୯ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୩, ୨୦୧୯ରେ ରାଜ୍ୟର ସମସ୍ତ ନିର୍ବାଚିତ ବିଧାୟକମାନଙ୍କୁ ସମ୍ବୋଧିତ କରି ତିନିଟି କଥା କହିଥିଲେ, ‘ଗଣତନ୍ତ୍ରରେ ଗ୍ରହଣ ନଲାଗୁ’, ‘ସରଳ ହୁଅ’, ‘ନିର୍ବାଚିତ ଜନପ୍ରତିନିଧିମାନେ ଲୋକଙ୍କ ସହିତ ଯୋଡ଼ି ହୁଅ’। ବାହାଘର ଭୋଜି ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କି ପ୍ରକାର ସରଳ ବ୍ୟବହାର ତାହା ଆମେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛୁ। ବିଜେଡିର ଯେଉଁ ପ୍ରବକ୍ତା, ବିଧାୟକମାନେ କହୁଥିଲେ, ପାଣ୍ଡିଆନ ରାଜ୍ୟବାସୀଙ୍କ ପାଇଁ ସେବା କରୁଛନ୍ତି ସେମାନେ ଏବେ ଉତ୍ତର ରଖନ୍ତୁ ଯେ ସେହି ଦୁଇ ଦିନ ମେ ୧୪ ଓ ଜୁନ୍‌ ୨୮ରେ ପାଣ୍ଡିଆନ କୁଆଡ଼େ ଯାଇଥିଲେ? କାହାର କି ସେବା କରୁଥିଲେ? ସେଦିନ କେଉଁଠି କି ସରକାରୀ କାର୍ଯ୍ୟକ୍ରମ ଥିଲା? ଶ୍ରୀ ବିଶ୍ୱାଳ କହିଛନ୍ତି ଯେ ଆର୍‌ଟିଆଇରେ ମିଳିଥିବା ତଥ୍ୟ ଅନୁଯାୟୀ, ଜାନୁଆରି ୨୦୨୩ରୁ ଜୁନ୍‌ ୨୦୨୩ ମଧ୍ୟରେ ମୋଟ ୭୫ ଥର ସରକାରୀ ଅର୍ଥରେ ଭୁବନେଶ୍ୱର ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ, ହେଲିକ୍ୟାପ୍ଟର, ବିଜନେସ ଜେଟ ଉଡ଼ିଛି। ସେଥିରେ ଅନେକଥର ବି-୨୦୦, ଡାସଲ୍ଟ କମ୍ପାନି ଦ୍ୱାରା ପ୍ରସ୍ତୁତ ଫାଲକନ ୨୦୦୦, ପ୍ରିମିୟର ଆଇଏଆର୍‌ କ୍ରାଫ୍ଟ ଉଡ଼ିଛି। ଯାହା ହେଉଛି ବିଜିନେସ କ୍ଲାସ୍‌ର। ଏହାକୁ କିଏ ସବୁ ବ୍ୟବହାର କରିଛନ୍ତି? କେଉଁ ସରକାରୀ ଅଧିକାରୀଙ୍କ ପରିବାର ଲୋକେ, କେଉଁ ଅଣଓଡ଼ିଆ ବ୍ୟବସାୟୀ ଯାଇଛନ୍ତି ଏହାର ତଦନ୍ତ ହେବା ଦରକାର।

ସେ କହିଛନ୍ତି, ଏବେ ପାଣ୍ଡିଆନଙ୍କ ସମସ୍ତ କାର୍ଯ୍ୟକ୍ରମରେ ପ୍ରତିବାଦ ହେଉଛି। ତାଙ୍କୁ ପ୍ରଶ୍ନ ପଚାରିଲେ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଗୋପାଳପୁର ବିଧାୟକଙ୍କ ଉପରେ ଆକ୍ରମଣ ଉଦ୍ୟମ କରାଗଲା। ଯାଜପୁରରେ ହାତରେ ଠେଙ୍ଗା ଓ ୫ଟି ଗଞ୍ଜି ପିନ୍ଧି ବିଜେଡିର ଗୁଣ୍ଡାମାନେ ଅରାଜକତା କଲେ। ହେଲେ ତିନିଟି ଯାକ ଘଟଣା ମଧ୍ୟରୁ କୌଣସି ଗୋଟିଏ ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ସମ୍ବିଧାନର ମୁଖବନ୍ଧରେ ଅହିଂସା ଲେଖିବା ପାଇଁ ମନ ବଳେଇଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏକଥା ଜାଣିଲେଣି ନା ନାହିଁ ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଗଣମାଧ୍ୟମ ସହମୁଖ୍ୟ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button