ସ୍ୱାସ୍ଥ୍ୟ

ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ?

ଭୋଜନ ପରେ ତୁରନ୍ତ ଗାଧୋଇବାକୁ ଯାଆନ୍ତି କି ? ଯଦି ଏପରି କରନ୍ତି ତେବେ ଏଥିପ୍ରତି ରୁହନ୍ତୁ ସାବଧାନ। କାରଣ ଆୟୁର୍ବେଦ ଅନୁଯାୟୀ ଭୋଜନ କରିବା ପରେ ତୁରନ୍ତ ସ୍ନାନ କରିବା ଉଚିତ୍ ନୁହେଁ। ଏହି କାରଣରୁ, ହଜମ ସମ୍ବନ୍ଧୀୟ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ। ତେବେ ଆସନ୍ତୁ ଜାଣିବା ଏହାର ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ।

ଭୋଜନ ସାରି ସ୍ନାନ କରିବା ଅନେକ ଲୋକଙ୍କର ଅଭ୍ୟାସ ରହିଛି। ଯେହାକି ସମ୍ପୂର୍ଣ୍ଣ ଭୁଲ ଅଟେ। ଆୟୁର୍ବେଦ ଅନୁଯାୟୀ ଖାଦ୍ୟ ଖାଇବା ପରେ ତୁରନ୍ତ ଗାଧୋଇଲେ ପେଟ ଜନୀତ ଅନେକ ସମସ୍ୟା ଦେଖାଯାଏ। ଯଦି ସ୍ନାନ ବେଳେ ପେଟ ସଫା ନଥାଏ ତେବେ ଆପଣଙ୍କ ତ୍ୱଚାରେ ବ୍ରଣ, ଚର୍ମ ଆଲର୍ଜି ଭଳି ସମସ୍ୟା ହେବାର ଆଶଙ୍କା ଥାଏ।

ସ୍ନାନ କରିବା ଏକ ଶୀତଳ ପ୍ରକ୍ରିୟା ଭାବରେ ବିବେଚନା କରାଯାଏ। ସ୍ନାନ କରିବା ଦ୍ୱାରା ଶରୀର ଥଣ୍ଡା ରୁହେ। ଯଦି ଆପଣ ଭୋଜନ ସାରି ତୁରନ୍ତ ସ୍ନାନ କରନ୍ତି ତେବେ ଆପଣଙ୍କ ଶରୀରରେ ରକ୍ତ ସଞ୍ଚାଳନ ଧିର ହୋଇଯାଏ। ଯାହା ହଜମ ପ୍ରକ୍ରିୟାକୁ କଠିନ କରିଥାଏ। ହଜମ ପାଇଁ ଅନେକ ଶକ୍ତି ଏବଂ ପେଟ ଆଡକୁ ଭଲ ପରିମାଣର ରକ୍ତ ପ୍ରବାହ ଆବଶ୍ୟକ ହୁଏ। ତେଣୁ ଆୟୁର୍ବେଦ ଅନୁଯାୟୀ ଭୋଜନ ପରେ ଗାଧୋଇବା ଅସ୍ୱାସ୍ଥ୍ୟକର ବୋଲି ବିବେଚନା କରାଯାଏ। ନିକଟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଡକ୍ଟର ରେଖା ଖାଇବାର 1 ରୁ 3 ଘଣ୍ଟା ପୂର୍ବରୁ ସ୍ନାନ କରିବାର ଉପଯୁକ୍ତ ସମୟ ବୋଲି ବିବେଚନା
କରିଛନ୍ତି।

ଡାକ୍ତରୀ ବିଜ୍ଞାନ ମଧ୍ୟ ଆୟୁର୍ବେଦ ସହ ସହମତ। କାରଣ ଏହା ରକ୍ତ ସଞ୍ଚାଳନରେ ବାଧା ସୃଷ୍ଟି କରିଥାଏ। ଭୋଜନ ପରେ ସ୍ନାନ କଲେ ଶରୀରର ତାପମାତ୍ରାକୁ ଅସନ୍ତୁଳିତ କରିଥାଏ। ଆପଣ ଯଦି ହାଲୁକା ଗରମ ପାଣିରେ ସ୍ନାନ କରନ୍ତି ତେବେ ଏହା ସ୍ୱାସ୍ଥ୍ୟ ପାଇଁ ହିତକାରକ। ଗରମ ପାଣିରେ ସ୍ନାନ କରିବା ପ୍ରକ୍ରିୟାକୁ ହାଇପରଥର୍ମିକ୍ ଆକ୍ସନ୍ କୁହାଯାଏ। ଯାହା ଶରୀର ପାଇଁ ଭଲ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ହଟବାଥ୍ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଏ ଏବଂ ଏହା ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ କରିବାରେ ସାହାଯ୍ୟ କରେ। ଗାଧୋଇବା ପରେ ହିଁ ଭୋଜନ କରିବା ଶରୀର ପାଇଁ ଭଲ।

Related Articles

Leave a Reply

Your email address will not be published. Required fields are marked *

Back to top button