ଦେଶ ବିଦେଶ

ଆଜି ଦେଖିବାକୁ ମିଳିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ – bajravana

[ad_1]

ନୂଆଦିଲ୍ଲୀ, ୦୮/୪ : ଆଜି ଦେଖିବାକୁ ମିଳିବ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ଏହି ବିରଳ ସୂର୍ଯ୍ୟ ପରାଗ ଆମେରିକା, କାନାଡା, ମେକ୍ସିକୋର କିଛି ଅଂଚଳରେ ପୂର୍ଣ୍ଣ ଭାବରେ ଦେଖାଯିବ । ଏହାର ଆଖପାଖ ଅଂଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ । ଭାରତୀୟ ସମୟ ରାତି ୯ଟା ୧୨ ମିନିଟରେ ଆରମ୍ଭ ହୋଇ ରାତି ୨ଟା ୨୨ ମିନିଟ ସମୟରେ ଶେଷ ହେବ । ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ଏକ ବିଶେଷ ଅବସ୍ଥିତିରେ ଏହା ଘଟିଥାଏ । ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡିଥାଏ। ସେହି ଅଂଚଳର ଲୋକେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖି ପାରନ୍ତି ନାହିଁ। ଏହା ରାତିର ଭ୍ରମ ସୃଷ୍ଟି କରିଥାଏ । ପରବର୍ତ୍ତୀ ସୂର୍ଯ୍ୟ ଗ୍ରହଣ ୨୦୪୫ରେ ଆମେରିକାରେ ଦେଖାଯିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button