ଓଡିଶା

ରେଢ଼ା‌ଖୋଲ: ଅଡ଼ୁଆରେ ବିଜେପି-ବିଜେଡି – bajravana

[ad_1]

ପ୍ରାର୍ଥୀ ଘୋଷଣା କରିପାରୁନି ବିଜେଡି, ବିଜେପି ପ୍ରାର୍ଥିତ୍ବକୁ ନେଇ ବିଦ୍ରୋହ

ସମ୍ବଲପୁର: ଏକଦା ବିଜେଡିର ସୁରକ୍ଷିତ ଗଡ଼ କୁହାଯାଉଥିବା ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଚୟନକୁ ନେଇ ଏବେ ଦ୍ବନ୍ଦ୍ବରେ ପଡ଼ିଯାଇଛି ବିଜେଡି। ଏପଟେ ପ୍ରାର୍ଥୀ ଘୋଷଣା ପରେ ବି ବିଦ୍ରୋହ ଯୋଗୁ ବିଜେପିର ଅଡ଼ୁଆ ବଢ଼ିଲାଣି। ରେଢ଼ାଖୋଲରେ ବିଜେଡିର ସ୍ଥିତି ପୂର୍ବ ଭଳି ଆଉ ସୁଦୃଢ଼ ନାହିଁ। ସ୍ଥିତି ବିଗିଡ଼ିବା ପରେ ରେଢ଼ାଖୋଲର ଦୁଇ ଥରିଆ ବିଧାୟକ ରୋହିତ ପୂଜାରୀ ସମ୍ବଲପୁରମୁହାଁ ହୋଇଥିଲେ। ଗତ କିଛି ମାସ ହେଲା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ସମର୍ଥକ ତଥା ପୁ‌ରୁଣା ବିଜେଡି ନେତା ଓ କର୍ମୀମାନଙ୍କୁ ନିଜ ଶିବିରକୁ ଆଣିବାକୁ ଯଥାସମ୍ଭବ ପ୍ରୟାସ କରିଥିଲେ ବି ବିଫଳ ହୋଇଥିଲେ। ପାଲଟା ସମ୍ବଲପୁର ଲୋକସଭା ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ସମ୍ମୁଖରେ ରାସେଶ୍ବରୀଙ୍କ ସମର୍ଥକଙ୍କ ଦ୍ବାରା ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ରୋହିତଙ୍କ ବିରୋଧରେ ରାଜ୍ୟ ସାଧାରଣ ସଂପାଦକ ସିଦ୍ଧାର୍ଥ ଦାସଙ୍କ ସମର୍ଥକ ବାହାରିବା ପରେ ରୋହିତ ପୁଣି ରେଢ଼ାଖୋଲମୁହାଁ ହୋଇଛନ୍ତି। ହେଲେ, ସେଠାରେ ମଧ୍ୟ କେନ୍ଦୁପତ୍ର କଲ୍ୟାଣ ବୋର୍ଡର ଉପଦେଷ୍ଟା ସଂଜିତ ମହାନ୍ତିଙ୍କ ତୀବ୍ର ବିରୋଧର ସମ୍ମୁଖୀନ ହେଲେଣି। ଗତକାଲି କେନ୍ଦୁପତ୍ର କର୍ମଚାରୀ ସଂଘର ବିଶାଳ ସମାବେଶରେ ରୋହିତଙ୍କ ବିରୋଧରେ ସଂଜିତଙ୍କ ସମର୍ଥକମାନେ ଗର୍ଜି ଥିଲେ। ଏପଟେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିବା ନେଇ ତାଙ୍କ ସମର୍ଥକମାନେ ବେଶ୍‌ ଆଶାବାଦୀ। ପ୍ରସନ୍ନଙ୍କ ସମର୍ଥକମାନେ ମୁହାଁମୁହିଁ ରଣନୀତି ଠାରୁ ଦୂରେଇ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଜନସଂପର୍କ ଅଭିଯାନ ଜାରି ରଖିଛନ୍ତି। ଗୋଟିଏ ମହଲ ସ୍ଥାନୀୟ ନେତୃତ୍ବକୁ ପ୍ରାର୍ଥୀ କରିବାକୁ ଦାବି କରୁଛନ୍ତି। ଏସବୁ ଭିତରେ ବିଜେଡି କାହାକୁ ରେଢ଼ାଖୋଲରୁ ପ୍ରାର୍ଥୀ କରିବ, ତାହା ସ୍ଥିର କରିପାରୁନାହିଁ।

ଏପଟେ ଦେବେନ୍ଦ୍ର ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଦଳରେ ବ‌ିଦ୍ରୋହ ଦେଖିବାକୁ ମିଳିଛି। ଟିକେଟରୁ ବଞ୍ଚିତ ହୋଇଥିବା ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଓ ତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହେଉନାହାନ୍ତି। ସେମାନେ କିଛି ଭିନ୍ନ ପଦକ୍ଷେପ ନେଉଥିବା ସୂଚନା ଦେଇଛନ୍ତି। ଅପରପକ୍ଷରେ ଦେବେନ୍ଦ୍ରଙ୍କୁ ପ୍ରାର୍ଥିତ୍ବକୁ ବିରୋଧକରି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ସୂର୍ଯ୍ୟକାନ୍ତ ପାଣିଗ୍ରାହୀ, ଯୁଯୁମୁରା ମଣ୍ଡଳ ବିଜେପି ସାଧାରଣ ସମ୍ପାଦକ ସୌଗନ ବିଶ୍ୱାଳ, ଏସ୍‌ଟି ମୋର୍ଚ୍ଚା ସଭାପତି ସୁଦର୍ଶନ ମାଝୀଙ୍କ ସହିତ ଦଳର ବିଭିନ୍ନ ପଦରେ ଥିବା କୈଳାସ ବାଗ, ଶିଶିର ବେହେରା, ହେମନ୍ତ ପ୍ରଧାନ, ରଞ୍ଜନ ବିଶ୍ୱାଳ, ବିଶ୍ୱରଞ୍ଜନ ପ୍ରଧାନ, ସୂର୍ଯ୍ୟ ପଣ୍ଡା, ସୁଧୀର ବିଶ୍ୱାଳ ପ୍ରମୁଖ କର୍ମକର୍ତ୍ତା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦୁର୍ନୀତିରେ ସଂପୃକ୍ତ ଥିବା ନେଇ ସେମାନେ ଦେବେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଆଣି ଦଳୀୟ ପଦାଧିକାରୀଙ୍କ ଠାରେ ପୂର୍ବରୁ ଅଭିଯୋଗ ଆଣିଥିଲେ। ଅବଶ୍ୟ ଦେବେନ୍ଦ୍ର ଏହାକୁ ଖଣ୍ଡନ କରିବା ସହିତ ତାଙ୍କୁ ବଦନାମ କରିବା ପାଇଁ ‌ଷଡ୍‌ଯନ୍ତ୍ର ଚାଲିଥିବା କହିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button