ଓଡିଶା

ଶିକ୍ଷା ଅଧିକାର ଅମାନ୍ୟ ଅଭିଯୋଗ: ୨୯ ଘରୋଇ ସ୍କୁଲକୁ ନୋଟିସ୍‌ – bajravana

[ad_1]

ତୁରନ୍ତ ଉତ୍ତର ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ (ଆର୍‌ଟିଇ) ପାଳନ କରୁ ନ ଥିବା ରାଜଧାନୀର ୨୯ଟି ଘରୋଇ ସ୍କୁଲକୁ କାରଣଦର୍ଶାଅ ନୋଟିସ୍‌ ଜାରି ହୋଇଛି। ଆର୍‌ଟିଇ ଅଧୀନରେ ଘରୋଇ ସ୍କୁଲର ୨୫% ସିଟ୍‌ରେ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ହେବାକଥା। ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍‌ ଲଟେରି ଉଠାଣ ପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବଣ୍ଟନ ହୋଇଥିଲେ ମଧ୍ୟ ସ୍କୁଲଗୁଡ଼ିକ ଯୋଗ୍ୟପ୍ରାର୍ଥୀଙ୍କ ନାମ ଲେଖାଉ ନ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହା ଆଧାରରେ ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ପ୍ରଜ୍ଞା ପାରମିତା ଜେନା ଆଜି ଘରୋଇ ସ୍କୁଲଗୁଡ଼ିକର ଅଧ୍ୟକ୍ଷମାନଙ୍କୁ ନୋଟିସ୍‌ କରିବା ସହ ଯେତେଶୀଘ୍ର ସମ୍ଭବ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ, ନୋଟିସ୍‌ ଜାରି ହୋଇଥିବା ଅଧିକାଂଶ ସ୍କୁଲ ଇଂରାଜୀ ମାଧ୍ୟମର। ଗୋଟିଏ ସଂସ୍ଥା ଦ୍ବାରା ପରିଚାଳିତ ଖଣ୍ଡଗିରି, ସତ୍ୟନଗର, ସତ୍ୟବିହାର, କେଦାରଗୌରୀଠାରେ ଥିବା ସ୍କୁଲ ସମେତ ଆଉଏକ ସଂସ୍ଥାର ପଟିଆ ଓ ୟୁନିଟ୍‌-୮ରେ ଥିବା ସ୍କୁଲ, କଳିଙ୍ଗନଗର, ଡୁମୁଡୁମା, କଳ୍ପନା ଅଞ୍ଚଳ,

ପଟିଆ, ଝାରପଡ଼ାଠାରେ ଥିବା ଗୋଟିଏ ଲେଖାଏ ସ୍କୁଲକୁ ନୋଟିସ୍‌ ହୋଇଛି। ତେବେ ତାଲିକାରେ ୫ରୁ ଅଧିକ ଓଡ଼ିଆ ମାଧ୍ୟମ ସ୍କୁଲ ମଧ୍ୟ ରହିଛନ୍ତି। ସେଗୁଡ଼ିକ ଖଣ୍ଡଗିରି, କଳିଙ୍ଗବିହାର, ଲକ୍ଷ୍ମୀସାଗର, ଚନ୍ଦ୍ରଶେଖରପୁର ବିଡିଏ କଲୋନି, ୟୁନିଟ୍‌-୮, ପୋଖରୀପୁଟ, ପଟିଆ ଅଞ୍ଚଳର। ଆର୍‌ଟିଇ ଫର୍ମ ଗ୍ରହଣ କରି ନ ଥିବା ଅନ୍ୟ ୩ଟି ସ୍କୁଲ ମଧ୍ୟ ଏହି ତାଲିକାରେ ରହିଛନ୍ତି। ସେପଟେ ନିୟମ ଉଲ୍ଲଂଘନ କରୁଥିବା ସ୍କୁଲଗୁଡ଼ିକ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପିଲାଙ୍କୁ ସିଟ୍‌ ଆଲଟ୍‌ ହୋଇଥିଲେ ମଧ୍ୟ ସ୍କୁଲଗୁଡ଼ିକ ନାମଲେଖାଉ ନ ଥିବାରୁ ଗତକାଲି ଶତାଧିକ ଅଭିଭାବକ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରି ନିରାଶ ହୋଇଥିଲେ। ତେଣୁ ସେମାନେ ନ’ତାଲାରେ ଥିବା ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କ ସହ ଆଲୋଚନା କରିବାକୁ ଯୋଗାଯୋଗ କରିଥିଲେ। ତେବେ ସେଠାରୁ ମଧ୍ୟ ନିରାଶ ହେବା ପରେ ନବୀନ ନିବାସ ମୁହାଁ ହୋଇଥିଲେ।

ଅଧାବାଟରେ ପୁଲିସ ସେମାନଙ୍କୁ ଅଟକାଇବା ପରେ ସେଠାରେ ପୁଲିସ ଜରିଆରେ ଅଭିଭାବକମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଅଭିଯୋଗପତ୍ର ଦେଇଥିଲେ। ଏହାପରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ ମିଶ୍ରଙ୍କ ସହିତ ଓଡ଼ିଶା ଅଭିଭାବକ ମହାସଂଘ ସଭାପତି ବାସୁଦେବ ଭଟ୍ଟ, କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ ଆଲୋଚନା କରିଥିଲେ। ବିଇଓଙ୍କଠାରୁ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ସେଥିପାଇଁ ଆଜି ପୂର୍ବାହ୍ନରେ ମଧ୍ୟ ଅଭିଭାବକମାନେ ଭୁବନେଶ୍ୱର ବିଇଓଙ୍କ ନିକଟରେ ଫେରାଦ ହୋଇଥିଲେ। ମହାସଂଘର କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ, ଶିକ୍ଷା ଅଧିକାର ଆବାହିକା କଳ୍ପନା ସାହୁ, ବିମଳ ପ୍ରଧାନଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଇଓଙ୍କ ସହ ଆଲୋଚନା କରିଥିଲେ। ଅଭିଯୋଗ ପାଇବା ପରେ ବିଇଓ ଶ୍ରୀମତୀ ଜେନା ନିୟମ ଉଲ୍ଲଂଘନ କରିଥିବା ସ୍କୁଲଗୁଡ଼ିକୁ ନୋଟିସ୍‌ କରିଛନ୍ତି। ତଥାପି ଯଦି ଛାତ୍ରଛାତ୍ରୀଙ୍କର ତୁରନ୍ତ ନାମଲେଖା ନ ହୁଏ, ତେବେ ବିଇଓଙ୍କ କାର୍ଯ୍ୟାଳୟରେ ତାଲା ପକାଯିବା ସହ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅନିର୍ଦ୍ଦିଷ୍ଟକାଳ ଧାରଣା ଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button