ଓଡିଶା

ତୀର ମାଡ଼ରେ ଆହତ କୁକୁରକୁ ଉଦ୍ଧାର କରି ଚିକିତ୍ସା କରାଇଲେ ଶିକ୍ଷକ – bajravana

[ad_1]

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏକଲବ୍ୟ ବିଦ୍ୟାଳୟ ନିକଟରେ ଏକ ବୁଲା କୁକୁରକୁ କେହି ଦୁର୍ବୃତ୍ତ ତୀର ବିନ୍ଧି ଦେଇଥିଲେ। ତୀରଟି କୁକୁର ପିଠିରେ ଗଳିଯାଇଥିଲା। କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥିଲା। ତେବେ ଏକଲବ୍ୟ ବିଦ୍ୟାଳୟର ସଂଗୀତ ଶିକ୍ଷକ ଆନନ୍ଦ ଶର୍ମା ଏହି ଘଟଣା ଦେଖିବା ପରେ ତୁରନ୍ତ ନିଜର କାର ସାହାଯ୍ୟରେ କୁକୁରକୁ ମାଲକାନଗିରି ପଶୁ ଡାକ୍ତରଖାନାକୁ ଆଣିଥିଲେ। ତେବେ କୁକୁରର ଅସ୍ତ୍ରପ୍ରଚାର କରିବା ପାଇଁ କେହି ଡାକ୍ତର ନଥିବା କହି ଶିକ୍ଷକଙ୍କୁ ଅପେକ୍ଷା କରିବାକୁ କହିଥିଲେ। ନିଜେ ଶିକ୍ଷକ ଶ୍ରୀ ଶର୍ମା ଏବଂ ଏକଲବ୍ୟ ବିଦ୍ୟାଳୟର ଦୁଇ କର୍ମଚାରୀଙ୍କୁ ନେଇ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ପରେ ଡେପୁଟି ଡାଇରେକ୍ଟର ଅମୀୟ କୁମାର ମହାନ୍ତିଙ୍କ ନିର୍ଦେଶକ୍ରମେ ଡାକ୍ତର ବିକାଶ ସରଦାର କୁକୁରର ଅସ୍ତ୍ରପ୍ରଚାର କରିବା ପାଇଁ ଆଗେଇ ଆସିଥିଲେ।

ତେବେ ଅସ୍ତ୍ରପ୍ରଚାର ପାଇଁ ଯେଉଁ ଯେଉଁ ନିୟମ ରହିଥିଲା ତାକୁ ପୂରଣ କରାଗଲା। ଏପରିକି ପଶୁ ଡାକ୍ତରଖାନାରେ ଔଷଧ ନଥିବାରୁ ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପଣ୍ଡା ତୁରନ୍ତ ନିଜ ଖର୍ଚ୍ଚରେ ସମସ୍ତ ଔଷଧ କିଣି ଆଣିଥିଲେ। ପରେ ଅସ୍ତ୍ରପ୍ରଚାର ଗୃହ ନଥବା ଯୋଗୁଁ ବାହାରେ ହିଁ କୁକୁରର ଅସ୍ତ୍ରପ୍ରଚାର ହେବ ବୋଲି ଡାକ୍ତର କହିଥିଲେ। ବୁଧବାର ଠାରୁ କୁକୁର ଯନ୍ତ୍ରଣାରେ ଛଟପଟ ହେଉଥିଲା। ଶ୍ରୀ ଶର୍ମା ଏବଂ ଶ୍ରୀ ପଣ୍ଡାଙ୍କ ଉଦ୍ୟମରେ କୁକୁର ନୂତନ ଜୀବନ ପାଇଲା ବୋଲି କୁହାଯାଇଛି।

ଅନ୍ୟଦିଗରେ ମାଲକାନଗିରିସ୍ଥିତ ପଶୁ ଡାକ୍ତରଖାନାରେ ଭିତ୍ତିଭୂମି ନଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ଏନେଇ ବିଭାଗକୁ ଅବଗତ କରାଯାଇଥିବା କୁହାଯାଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button