ଓଡିଶା

ବିଜେପି, ବିଜେଡି ସରକାର ବିରୋଧରେ ଗର୍ଜିଲା ମାଓ ସଂଗଠନ‌; ଜାରି କଲା ପ୍ରେସ୍‌ ବିଜ୍ଞପ୍ତି – bajravana

[ad_1]

ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କର

ମାଲକାନଗିରି: ମାଓ ସଂଗଠନର ମାଲକାନଗିରି-କୋରାପୁଟ ବଡର ଡିଭିଜନର ସଚିବ ରାକେଶ ଆଜି ପ୍ରେସ ବିଜ୍ଞପ୍ତି ଜାରି କରି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଉପରେ ଗର୍ଜିଛନ୍ତି। ଏହି ଦୁଇ ସରକାରଙ୍କୁ ବିରୋଧ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ଏଥିସହ ନକଲି ବିଧାନସଭା ଓ ଲୋକସଭା ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି।ମେ ୧୩ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ଏଥର ବିରୋଧୀ ଦଳ ବିଜୟୀ ହେବା ଉଚିତ।କମ ଶକ୍ତିଶାଳୀ ଦଳ ଏଥର ବିଜୟୀ ହେବା ଉଚିତ।କିନ୍ତୁ ଏହା କଦାପି ହେବ ନାହିଁ ବୋଲି ମାଓ ସଂଗଠନ କହିଛି। ଏବେ ସରକାରରେ ଥିବା ଦଳମାନେ ଟଂକା, ମଦ, ମାଂସ, ଧମକ ଓ ଠକେଇ କରି ଏହି ନିର୍ବାଚନକୁ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବେ।ଯେତେ ସରକାର ଆସିଛନ୍ତି ସମସ୍ତେ ଲୋକଙ୍କର ଟଂକା, ଜମି ଲୁଟ କରିଛନ୍ତି। ଆଜି ବି ଲୋକେ ଦାରିଦ୍ର୍ୟର ସୀମା ରେଖା ତଳେ ବସବାସ କରୁଛନ୍ତି।ଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘତମ ଶାସକ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ସେ ଲୋକଙ୍କୁ ପ୍ରତାରଣା କରିଆସୁଛନ୍ତି ବୋଲି ଅଭିଯୋଗ ହୋଇଛି। ଘରୋଇ ସମ୍ପତ୍ତି ଲୁଟ କରିବାରେ ବିଜେଡି ସରକାର ଆଗରେ ରହିଥିବା କୁହାଯାଇଛି।ସମ୍ପତ୍ତିକୁ ଲୁଟ କରି କରପୋରେଟରମାନଙ୍କ ହାତକୁ ଟେକି ଦିଆଯାଇଛି।ନିମଗିରି, କଳିଙ୍ଗନଗର, କାଶୀପୁର, ମାଳି, ଦେଓମାଳି, ଡାଙ୍ଗଦେଭୁଲା, ବାଗଡଙ୍ଗର, କଡିଙ୍ଗମାଳି, ସିଜିମାଳି, ଚେରୁବାଣ୍ଡା ଇତ୍ୟାଦି ଖଣି ବହୁ ରାଷ୍ଟ୍ରୀୟ କମ୍ପାନୀକୁ ହସ୍ତାନ୍ତର କରାଯାଇଛି। ଏଥିପାଇଁ ଏମଓୟୁ ମଧ୍ୟ ଦସ୍ତଖତ ସରିଛି। ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ଜମି ଓ ଜଂଗଲରୁ ବାହାରକୁ ତଡି ଦିଆଯାଇଛି।

ଆଜି ଓଡିଶାର ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଯାଉଛନ୍ତି। ସେଠାରେ ଦୁର୍ବିସହ ଜୀବନ ବିତାଉଛନ୍ତି। ସରକାର ପୂର୍ବ ନିର୍ବାଚନରେ ମଧ୍ୟ ବହୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ବି ବେରୋଜଗାର ହୋଇ ଯୁବକମାନେ ବୁଲୁଛନ୍ତି। ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ନେଇ ଦାବି କରାଯାଇଥିଲା। ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମାଓ ସଂଗଠନ। ନୂଆଦିଲ୍ଲୀର ଏଡିଆର ତରଫରୁ କରାଯାଇଥିବା ସର୍ଭେରେ ରାଜ୍ୟରେ ସର୍ବାଧିକ ସମ୍ପତ୍ତି ଥିବା ଶ୍ରେଷ୍ଠ ଦଶ ଜଣ ବିଧାୟକ ମଧ୍ୟରୁ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଛନ୍ତି। ପରିବର୍ତ୍ତୀ ୭ଟି ସ୍ଥାନରେ ମଧ୍ୟ ବିଜେଡି ବିଧାୟକ ରହିଛନ୍ତି।ଲୋକଙ୍କ ସମ୍ପତ୍ତି ଲୁଟିବା ପାଇଁ ରାସ୍ତା, ବିମାନବନ୍ଦର, ବିଦ୍ୟୁତ ପ୍ରକଳ୍ପ, ବିଶାଳ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରାଯାଉଛି ବୋଲି କୁହାଯାଇଛି। ସଂଗ୍ରାମ କରୁଥିବା ଲୋକଙ୍କୁ ଦମନ କରିବା ପାଇଁ କୋଟି କୋଟି ଟଂକା ଖର୍ଚ୍ଚ କରାଯାଇ ପୁଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି ବୋଲି ଅଭିଯୋଗ କରାଯାଇଛି। ତେଣୁ ସମସ୍ତେ ଏହି ନିର୍ବାଚନକୁ ବର୍ଜନ କରନ୍ତୁ।ସବୁ ଦଳ ପ୍ରତିଶ୍ରୁତି ଦେବେ ଓ ପରେ ଭୁଲିଯିବେ। ତେଣୁ ସମସ୍ତ ନେତାକୁ ମାରି ଭଗାନ୍ତୁ ବୋଲି ମାଓ ସଂଗଠନ ଆହ୍ବାନ ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button