ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ପାଇଁ କାର୍ଯ୍ୟ କର: ମୁଖ୍ୟମନ୍ତ୍ରୀ – bajravana
[ad_1]
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ
ଭୁବନେଶ୍ବର: ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଶାର କଳା ଓ ସଂସ୍କୃତି ଆମ ପରିଚୟକୁ ଆହୁରି ଉଜ୍ଜ୍ୱଳ କରୁଛି। ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇ ଓ ଭଉଣୀମାନେ ସେମାନଙ୍କ ଦକ୍ଷତା ଦ୍ୱାରା ଏ ମାଟିର ଗୌରବ ବୃଦ୍ଧି କରିଛନ୍ତି। ଏ ପବିତ୍ର ଭୂମି ଯୁଗେ ଯୁଗେ ସାରା ବିଶ୍ୱକୁ ଶାନ୍ତି, ପ୍ରେମ, ଅହିଂସା ଓ ସଦ୍ଭାବନାର ବାର୍ତ୍ତା ଦେଇଆସିଛି। ବରପୁତ୍ରମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଆ ମାଟିର ଅସ୍ମିତା ଓ ସ୍ୱାଭିମାନ ରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ଓଡ଼ିଶା ଦିବସ ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହରେ ଆଭାସୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଡ଼ି ହୋଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସମାରୋହକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଆହୁରି କହିଲେ, ଆଜି ସବୁ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ଦିନ। ୧୯୩୬ ମସିହାରେ ଆଜିର ଦିନରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ସ୍ୱପ୍ନ ସାକାର ହୋଇଥିଲା। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଇତିହାସ ସୃଷ୍ଟି କରିଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସ୍ବାଧୀନତା ସଂଗ୍ରାମ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ବିଶେଷ ଭୂମିକା ଗ୍ରହଣ କରିଥିବା ଓଡ଼ିଶା ମାଟିର ବରପୁତ୍ର ତଥା ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ମନେ ପକାଇବା ସହ ପ୍ରଣିପାତ କରିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସଭାପତିତ୍ୱ କରି ବୌଦ୍ଧିକ ଓ ଆଧ୍ୟାତ୍ମିକ ଚେତନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶରଣରେ ପରିପୁଷ୍ଟ ହୋଇ ଓଡ଼ିଶାକୁ ବିଶ୍ୱର ଏକ ଶ୍ରେଷ୍ଠ ଜାତିରେ ପରିଣତ କରିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତଙ୍କର ମିଳିତ ପ୍ରୟାସ ଓ ଲକ୍ଷ୍ୟ ରହିଲେ ଓଡ଼ିଶା ନିଶ୍ଚୟ ଏକ ସମୃଦ୍ଧ ଓ ଉନ୍ନତ ରାଜ୍ୟରେ ପରିଗଣିତ ହୋଇପାରିବ ବୋଲି ମତ ରଖିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିସନର ତଥା ଶାସନ ସଚିବ ସୁଜାତା ଆର୍. କାର୍ତ୍ତିକେୟନ୍ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ସ୍ୱାଗତ ଭାଷଣ ଦେବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତା ପାଠ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଦେଇଥିଲେ। ଉତ୍ସବ ପ୍ରାରମ୍ଭରେ ଉତ୍କଳ ଜନନୀଙ୍କୁ ପୁଷ୍ପଗୁଚ୍ଛ ଅର୍ପଣ ଓ ପ୍ରଦୀପ ପ୍ରଜ୍ୱଳନପୂର୍ବକ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯାଇଥିଲା। ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
[ad_2]