ଅପରାଧ

ରାଜଧାନୀରୁ ପୁଣି ଏକ ଡକାୟତ ଗ୍ୟାଙ୍ଗ୍‌ ଠାବ: ମୁଖିଆ ଲିଙ୍ଗା ସମେତ ୬ ଗିରଫ – bajravana

[ad_1]

ଖେଳନା ବନ୍ଧୁକରେ ଖେଳ

ଭୁବନେଶ୍ୱର: ରାଜଧାନୀରୁ ଡକାୟତ ଗ୍ୟାଙ୍ଗ୍‌ସବୁକୁ ସଫା କରିବାକୁ କମିସନରେଟ୍‌ ପୁଲିସ ପକ୍ଷରୁ ଚାଲିଥିବା ଅଭିଯାନରେ ପୁଣି ଏକ ସଫଳତା ମିଳିଛି। ଗତକାଲି ରାତିରେ ସହିଦନଗର ଥାନା ପୁଲିସ କୁଖ୍ୟାତ ଲିଙ୍ଗା ଗ୍ୟାଙ୍ଗ୍‌ର ୬ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶାନ୍ତିପଲ୍ଲୀ ବସ୍ତିର ଲିଙ୍ଗରାଜ ଭୂୟାଁ(୨୯), ବୁଲୁ ପଲେଇ(୩୩), ତାରିଣୀ ବସ୍ତିର କାର୍ତ୍ତିକ ମଣ୍ଡଳ(୩୯), ବମିଖାଲ ଅଞ୍ଚଳର ସତ୍ୟବ୍ରତ ଭୋଇ(୨୩), ତତ୍ତ୍ୱମସି ପ୍ରଧାନ(୨୫) ଓ ବଡ଼ଗଡ଼ କେନାଲ୍‌ ରୋଡ୍‌ ଅଞ୍ଚଳର ମହମ୍ମଦ କାଦିର୍(୩୪)। ସେମାନଙ୍କ ପାଖରୁ ଗୋଟିଏ ଖେଳନା ବନ୍ଧୁକ, ଦକ୍ଷିଣୀ ବା ତେଲେଙ୍ଗା କଟୁରି, ଲୁହା ରଡ୍‌ ଆଦି ଜବତ କରାଯାଇଛି।

ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ ମୁଖ୍ୟତଃ ଭାରୀଯାନଗୁଡ଼ିକୁ ଟାର୍ଗେଟ୍‌ କରି ଲୁଟୁଥିଲେ। ବିଳମ୍ବିତ ରାତିରେ ରସୁଲଗଡ଼ ଛକରୁ କଳ୍ପନା ଛକ ଦିଗରେ ଯାଉଥିବା ଭାରୀଯାନଗୁଡ଼ିକୁ ଅଟକାଇ ଲୁଟୁଥିଲେ। ଚାଳକମାନଙ୍କୁ ମାରଣାସ୍ତ୍ରରେ ଭୟଭୀତ କରାଇ ଟଙ୍କା ଛଡ଼ାଇ ନେଉଥିଲେ। ପ୍ରଥମେ ଗାଡ଼ିଚାଳକଙ୍କ ମୁଣ୍ଡରେ ଖେଳନା ବନ୍ଧୁକ ଲଗାଇବା ସହ ବେକରେ ତେଲେଙ୍ଗା କଟୁରି ରଖି ଡରାଇ ଦେଉଥିଲେ। ଗତକାଲି ରାତିରେ ଏହି ଗ୍ୟାଙ୍ଗ୍‌ ଶାନ୍ତିପଲ୍ଲୀ ବସ୍ତି ହ୍ରଦ ନିକଟ ରେଳଧାରଣା କଡ଼ରେ ଏକାଠି ହୋଇଥିବା ବେଳେ ପୁଲିସ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। କୁଖ୍ୟାତ ଲିଙ୍ଗା ନାଁରେ ୮, ବୁଲୁ ନାଁରେ ୩, କାର୍ତ୍ତିକ ମଣ୍ଡଳ ନାଁରେ ୬, ସତ୍ୟବ୍ରତ ନାଁରେ ୩ , କାଦିର୍‌ ନାଁରେ ଗୋଟିଏ ଓ ତତ୍ତ୍ୱମସି ନାଁରେ ୨ ଟି ମାମଲା ରହିଛି।

୮ ଗ୍ୟାଙ୍ଗ୍‌ର ୪୨ ଡକାୟତ ଜେଲ୍‌ରେ
ସୂଚନାଯୋଗ୍ୟ ଯେ କମିସନରେଟ୍‌ ପୁଲିସର ଏହି ଅଭିଯାନ ବଳରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଥାନା ପୁଲିସ ୮ଟି ଗ୍ୟାଙ୍ଗ୍‌ର ୪୨ ଡକାୟତଙ୍କୁ ଜେଲ୍‌ ହାଜତକୁ ପଠାଇସାରିଲେଣି। ବାବୁ ଲେଙ୍କା ଗ୍ୟାଙ୍ଗ୍‌ର ୫, କାଶିଆ ଗ୍ୟାଙ୍ଗ୍‌ର ୫, ବନା ଗ୍ୟାଙ୍ଗ୍‌ର ୪, ଇସ୍‌ଲାମ ଗ୍ୟାଙ୍ଗ୍‌ର ୫, କାହ୍ନା ଗ୍ୟାଙ୍ଗ୍‌ର ୬, ମଙ୍ଗୁଲ୍‌ ଗ୍ୟାଙ୍ଗ୍‌ର ୫, ଚିକୁ ଗ୍ୟାଙ୍ଗ୍‌ର ୬ ଓ ଲିଙ୍ଗା ଗ୍ୟାଙ୍ଗ୍‌ର ୫ ଏମିତି ୪୨ ଜଣଙ୍କୁ ଧରି ପୁଲିସ ଝାରପଡ଼ା ଜେଲ୍‌କୁ ପଠାଇସାରିଛି। ଏହି ଅଭିଯାନ ଆଗକୁ ଜାରି ରହିବ ଏବଂ ରୀାଜଧାନୀକୁ ଡକାୟତ ମୁକ୍ତ କରାଯିବାକୁ ସବୁପ୍ରକାର ପଦକ୍ଷେପ ନିଆଯାଉଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button