ଓଡିଶା

କୁକୁଡ଼ା ଚାଷୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା ଅଧିକାରୀ – bajravana

[ad_1]

ଦେବଗଡ଼: କୁକୁଡ଼ା ଫାର୍ମର ସବ୍‌ସିଡି ବିଲ୍‌ ପାସ୍‌ କରିଦେବାକୁ କହି ୫ ହଜାର ଟଙ୍କା ଲାଞ୍ଚ ନେଇ ଗୁରୁବାର ଦିନ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ପଶୁ ଅଧିକାରୀ ଡ. ସୁସ୍ମିତା ସେଠୀ।

ସୂଚନା ଅନୁସାରେ ଶ୍ରୀମତୀ ସେଠୀ ଜଣେ ଅଭିଯୋଗକାରୀଙ୍କ କୁକୁଡ଼ା ଫାର୍ମର ଭେରିଫିକେସନ୍‌ ରିପୋର୍ଟ ଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗକାରୀଙ୍କ ଠାରୁ ଆଜି ଶ୍ରୀମତୀ ସେଠୀ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଚଢ଼ଉ କରିଥିଲେ। ଶ୍ରୀମତୀ ସେଠୀ ଭିଜିଲାନ୍ସ ବିଭାଗର ଅଧିକାରୀମାନଙ୍କୁ ୫୦୦୦ ଟଙ୍କା ନେଇ ସଠିକ୍‌ ଉତ୍ତର ଦେଇପାରି ନଥିଲେ। ଏନେଇ ରାଉରକେଲା ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button