ଦେଶ ବିଦେଶ
ଘୁଞ୍ଚିପାରେ ନିର୍ବାଚନ ତାରିଖ ଘୋଷଣା – bajravana
![](https://bajravana.com/wp-content/uploads/2024/03/00000-1-e1710130731134.jpg)
[ad_1]
ନୂଆଦିଲ୍ଲୀ, ୧୧/୩ : ମାର୍ଚ୍ଚ ୧୪ ଅବା ୧୫ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହେବାର ଥିଲା । ଦୁଇ ନିର୍ବାଚନ କମିଶନଙ୍କ ପଦବୀ ଫାଙ୍କା ଥିବାରୁ ନିର୍ବାଚନ ଘୋଷଣା ତାରିଖ ଘୁଞ୍ଚିପାରେ ବୋଲି କୁହାଯାଉଛି । ୧୫ ସୁଦ୍ଧା ନୂଆ ଇସି ନିଯୁକ୍ତ ହେବାର ସମ୍ଭାବନା ଅଛି । ନିର୍ବାଚନ କମିଶନ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଦୁଇ ଆସନ ଫାଙ୍କା ପଡିଛି । ଏହି ଦୁଇ ପଦବୀ ପୂରଣ ନେଇ ଆସନ୍ତା ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏହା ପରେ ଚୁଡାନ୍ତ ନିଷ୍ପତି ନିଆଯିବ । ତେବେ ଚର୍ଚ୍ଚା ହେଉଛି ପଂଜାବର କୌଣସି ଆସନରୁ ଗୋଏଲ ସାଂସଦ ଭାବେ ପ୍ରାର୍ଥୀ ହୋଇପାରନ୍ତି । ଖୁବଶୀଘ୍ର ସେ କୌଣସି ଦଳରେ ଯୋଗ ଦେଇପାରନ୍ତି । ସେପଟ ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ମିନାକ୍ଷୀ ଆରୋରା ।
[ad_2]