ଦେଶ ବିଦେଶ

ବିମାନ ଟିକେଟ ରଦ୍ଦ ହେଲେ କେତେ ଫେରସ୍ତ ମିଳିବ ? ଜାଣନ୍ତୁ..

ନୂଆଦିଲ୍ଲୀ : ବସ୍, ଟ୍ରେନ୍ ବା ବିମାନ ଯାତ୍ରୀଙ୍କ ମଧ୍ୟରେ ଟିକେଟକୁ ନେଇ ସବୁ ସ୍ଥାନରେ ଭିନ୍ନ ଭିନ୍ନ ସମସ୍ୟା ଆସିଥାଏ । ଏଥିରୁ ଏକ ବଡ ପ୍ରଶ୍ନ ହେଉଛି ଟିକେଟ୍ ରଦ୍ଦ କଲେ ଫେରସ୍ତ ଆସିବ କି ନାହିଁ ? ଖାସ୍ କରି ବିମାନ ଟିକେଟ ନେଇ ଏହି ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆସନ୍ତୁ ଜାଣିବା ବିମାନ ରଦ୍ଦ ଏବଂ ଏହାର ଫେରସ୍ତ ସମ୍ପର୍କରେ ସବିଶେଷ ତଥ୍ୟ ଓ ପ୍ରକ୍ରିୟା ସମ୍ପର୍କରେ…

ବିମାନରେ ଯାତ୍ରା କରିବା ବସ୍ ଓ ଟ୍ରେନ୍ ତୁଳନାରେ ଅଧିକ ଶୀଘ୍ର ଓ ଆରାମଦାୟକ । ଏହି କାରଣରୁ ଏଥିରେ ଯାତ୍ରା କରିବା ମହଙ୍ଗା ହୋଇଥାଏ । ଏଥିରେ ଟିକେଟ ରଦ୍ଦ କରିବା ନେଇ ଯାତ୍ରୀ ଅନେକ ଚିନ୍ତା ମଧ୍ୟ କରିଥାନ୍ତି । ଟିକେଟ ରଦ୍ଦ ଚାର୍ଜ ଓ ଫେରସ୍ତକୁ ନେଇ ଭିନ୍ନ ଭିନ୍ନ ଏୟାରଓ୍ବେଜ୍ ଓ ଏୟାରଲାଇନର ସର୍ତ୍ତ ମଧ୍ୟ ଅଲଗା ଅଲଗା ହୋଇଥାଏ । ଡିଜିସିଏ ନିୟମ ଅନୁସାରେ ବିମାନ ରଦ୍ଦ ହେଲେ ଏୟାରଲାଇନ ଯାତ୍ରୀଙ୍କ ସୁବିଧା ଅନୁସାରେ ଟିକେଟ୍ ପୁନଃପ୍ରଦାନ ପାଇଁ ତାରିଖ ଧାର୍ଯ୍ୟ କରିବ । ଯାତ୍ରୀ ମନା କଲେ ତାଙ୍କୁ ଟିକେଟର ସମ୍ପୂର୍ଣ୍ଣ ପଇସା ଫେରାଇବାକୁ ପଡିଥାଏ । ତେବେ ଏମିତି ବହୁତ କମ୍ ଥର ଘଟିଥାଏ ଏବଂ ଏଥିରୁ ଏୟାରଲାଇନ୍ କିଛି ଚାର୍ଜ ମଧ୍ୟ କାଟିନେଇଥାଏ ।

ଯଦି ଯାତ୍ରୀ ନିଜପଟୁ ଟିକେଟ ରଦ୍ଦ କରୁଛନ୍ତି ତେବେ ଫେରସ୍ତର ଅଲଗା ନିୟମ ଅଛି । ଘରୋଇ ଏୟାରଲାଇନ୍ ନିୟମ ଅନୁସାରେ ବିମାନ ଉଡାଣ ଭରିବାର ୭ ଦିନ ପୂର୍ବରୁ ଟିକେଟ ରଦ୍ଦ କଲେ ସମ୍ପୂର୍ଣ୍ଣ ଫେରସ୍ତ ମିଳିଥାଏ । ଉଡାଣର ୩ ଦିନ ପୂର୍ବରୁ ଟିକେଟ ରଦ୍ଦ କଲେ ପ୍ରାୟ ୩ ହଜାର ଟଙ୍କା ଚାର୍ଜ ଲାଗିଥାଏ । ସେହିଭଳି ୩ ଦିନଠୁ ଆରମ୍ଭ କରି ବିମାନ ଉଡାଣ ଦିନ ସୁଦ୍ଧା ଟିକେଟ ରଦ୍ଦ କଲେ ଏହି ଚାର୍ଜ ୩୫୦୦ ଟଙ୍କା ପର୍ଯ୍ୟନ୍ତ ବଢିଯାଏ । ତେବେ ଅନେକ ଏୟାରଲାଇନ୍ ଟିକେଟ ରଦ୍ଦକୁ ନେଇ ଏକ ଖାସ୍ ବିକଳ୍ପ ମଧ୍ୟ ଦିଅନ୍ତି ଯେଉଁଥିରେ ବୁକିଂ ସମୟରେ ଏକ ନିର୍ଦ୍ଧାରିତ ପୈଠ କରିବା ପରେ ଟିକେଟ ରଦ୍ଦ କଲେ ମଧ୍ୟ ସମ୍ପୂର୍ଣ୍ଣ ଫେରସ୍ତ ମିଳିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button