ଓଡିଶା

୨୨୦ ନଂ ଜାତୀୟ ରାଜପଥରେ ମାଛ ହାଟ, ପ୍ରଶାସନ ନିଦାବିଷ୍ଣୁ – bajravana

[ad_1]

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ବେଆଇନ୍ କାର୍ଯ୍ୟ ଖୁଲମଖୁଲାମ୍ ଚାଲିଥିଲେ ମଧ୍ୟ ପୁଲିସ ଓ ମୁନସିପାଲଟି ପ୍ରଶାସନ ନିଦାବିଷ୍ଣୁ ପାଲଟିଛନ୍ତି। ପଥଚାରୀଙ୍କ ଅଭିଯୋଗ ଅନୁଯାୟୀ ରାଇରଙ୍ଗପୁର ପୌରପରିଷଦ ସହର ଦେଇ ଯାଇଥିବା ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ମୁଖ୍ୟ ଡାକଘର ସମୂଖ୍ୟରେ କିଛି ମାସ ହେଲା ବେଆଇନ୍ ଭାବେ ମାଛ ମାର୍କେଟ୍ ବସୁଛି। ସହରର ବିଭିନ୍ନ ସ୍ଥାନରେ ମାଛ ଓ ମାଂସ କାଟିବା ନିମନ୍ତେ ସେଠାରେ ମାଛ ମାର୍କେଟ୍ ବସୁଛି। ଉକ୍ତ ସ୍ଥାନରେ ମାଛ ମାର୍କେଟ୍ ବସୁଥିବାରୁ ସେଠାରେ ମାଛ ପାଇଁ ଆସୁଥିବା ଗ୍ରାହକ ଓ ବିକ୍ରି କରିବାକୁ ଆସୁଥିବା ବ୍ୟବସାୟୀଙ୍କ ଭିଡ ଜମିରହୁଛି। ଗ୍ରାହକ ଓ ବ୍ୟବସାୟୀମାନେ ଆସୁଥିବା ଦୁଇ ଓ ଚାରି ଚକିଆ ଯାନ ରାସ୍ତା ଉପରେ ପାର୍କିଂ କରୁଥିବାରୁ ପଥଚାରୀମାନେ ଯିବା ଆସିବା କରିବାରେ ଅସୁବିଧା ସୃଷ୍ଟି ହେଉଛି। ଟ୍ରାଫିକ୍ ସମସ୍ୟା ମଧ୍ୟ ରହୁଛି। ରାସ୍ତାଉପରେ ମାଛ ମାର୍କେଟ୍ ରହୁଥିବାରୁ ବିପଦପୂର୍ଣ ଅବସ୍ଥାରେ ଲୋକେ ମାଛ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳେ। ତେବେ ଉକ୍ତ ସ୍ଥାନଠାରୁ ରାଇରଙ୍ଗପୁର ଟାଉନ୍ ଥାନାର ଦୂରତା ମାତ୍ର ୨୦୦ ମିଟର ଏବଂ ପୌରପରିଷଦ କାର୍ଯ୍ୟଳୟର ଦୂରତା ମାତ୍ର ୧ କି.ମି ଥିଲେ ମଧ୍ୟ ଉଭୟ ନିଦାବିଷ୍ନୁ ପାଲଟିଛନ୍ତି। ତେବେ ଉକ୍ତ ସ୍ଥାନରେ ଦୂର୍ଘଟଣା ଘଟିବା ପୂର୍ବରୁ ପ୍ରଶାସନ ଦୃଷ୍ଟିଦେଇ ମାଛ ମାର୍କେଟ୍‌କୁ ସ୍ଥାନାନ୍ତର କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇ ଆସୁଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button