ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କୁ କ୍ୟାନ୍ସର – bajravana
[ad_1]
ନୂଆଦିଲ୍ଲୀ,୫/୩ : ଭାରତୀୟ ମହାକାଶ ଗବେଷଣା ସଂଗଠନର ମୁଖ୍ୟ ଏସ୍.ସୋମନାଥଙ୍କୁ କ୍ୟାନ୍ସର । ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ନିଜେ ଏହା ଖୁଲାସା କରିଛନ୍ତି । ସେ କହିଛନ୍ତି ଯେ ଆଦିତ୍ୟ-ଏଲ ୧ ମିଶନ ଲଞ୍ଚ ବେଳେ ସେ କ୍ୟାନ୍ସରରେ ପୀଡ଼ିତ ଥିବା ଜାଣିବାକୁ ପାଇଥିଲେ । କେବଳ ଏତିକି ନୁହେଁ କୁହାଯାଉଛି ଯେ ଐତିହାସିକ ଚନ୍ଦ୍ରଯାନ-୩ ମିଶନ ସମୟରେ ସେ ସ୍ୱାସ୍ଥ୍ୟ ଜଡ଼ିତ ସମସ୍ୟାର ସାମନା କରିଥିଲେ । ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସେ କହିଛନ୍ତି ।
ରିପୋର୍ଟ ଅନୁସାରେ ଇସ୍ରୋ ମୁଖ୍ୟ କହିଛନ୍ତି, ‘ସ୍ୱାସ୍ଥ୍ୟ ସହ ଜଡିତ କିଛି ସମସ୍ୟା ଚନ୍ଦ୍ରଯାନ-୩ ଲଞ୍ଚିଂ ସମୟରେ ଦେଖା ଦେଇଥିଲା । ତେବେ, ସେହି ସମୟରେ ରୋଗ ଉପରେ ସ୍ଥିତି ସ୍ପଷ୍ଟ ନଥିଲା । କିଛି ବି ଜଣାପଡ଼ିନଥିଲା । ସେ କହିଛନ୍ତି, ଯେଉଁ ଦିନ ଆଦିତ୍ୟ ଏଲ-୧ ମିଶନ ଲଞ୍ଚ କରାଗଲା, ଠିକ୍ ସେହି ଦିନ ରୋଗ ବିଷୟରେ ସ୍ପଷ୍ଟ ସୂଚନା ମିଳିଥିଲା । ରିପୋର୍ଟ ଅନୁସାରେ ସୋମନାଥ କହିଛନ୍ତି ଏହି ଖବର କେବଳ ତାଙ୍କ ପାଇଁ ନୁହେଁ, ବରଂ ପରିବାର ପାଇଁ ମଧ୍ୟ ଏକ ବଡ଼ ଝଟକା ଥିଲା ।
ରିପୋର୍ଟ ଅନୁସାରେ ଇସ୍ରୋ ମୁଖ୍ୟ, ‘ଏହି ଖବର ପରିବାର ପାଇଁ ଝଟକା ଥିଲା, କିନ୍ତୁ ଚିକିତ୍ସା ସରିଛି ।’ ସେ କହିଛନ୍ତି, ‘ସେତେବେଳେ ଚିକିତ୍ସା ବିଷୟରେ ଅନିଶ୍ଚିତ ଥିଲି ଏବଂ ପ୍ରକ୍ରିୟା ଦେଇ ଯାଇଥିଲି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହସ୍ପିଟାଲରେ କେବଳ ଚାରି ଦିନ ରହିବା ପରେ ପୁଣି ଥରେ ଇସ୍ରୋରେ ନିଜ ସେବା ପ୍ରଦାନ କରିବା ଆରମ୍ଭ କରିଥିଲି ।’ ସେ କହିଛନ୍ତି ଯେ ନିୟମିତ ରୂପେ ଯାଞ୍ଚ ଏବଂ ସ୍କାନିଂ ଚାଲିଛି । କିନ୍ତୁ ଏବେ ସମ୍ପୂର୍ଣ୍ଣ ରୂପେ ଠିକ୍ ହୋଇସାରିଛି ଏବଂ କାମ କରିବା ଆରମ୍ଭ କରିସାରିଛି ।
[ad_2]