ଓଡିଶା

ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବି: ଭିଟାମାଟି ସୁରକ୍ଷା ମଞ୍ଚର ବିରାଟ ଶୋଭାଯାତ୍ରା – bajravana

[ad_1]

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ଓ ପକ୍କା ଘର ପ୍ରଦାନ ଦାବିରେ ବୁଧବାର ଭିଟାମାଟି ସୁରକ୍ଷା ମଞ୍ଚ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା।

କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ସହରବାସୀ ରାଜ୍ୟ ସରକାରଙ୍କ ଜାଗା ମିସନ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଲୋକେ ବାହାରୁ ଆସି ଜୁନାଗଡ଼କୁ କବ୍‌ଜା କରି ରଖିଥିବା ବେଳେ ପ୍ରକୃତ ଜୁନାଗଡ଼ିଆ ବନ୍ଧଗୁଡ଼ାରେ ବାସ କରୁଛନ୍ତି। ଏନ୍‌ଏସି ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଜୁନାଗଡ଼ ସହରର ୧୮ଟି ବସ୍ତିର ୧୫୭୪ ଜଣଙ୍କ ମଧ୍ୟରୁ ୪୫୫ ଜଣଙ୍କୁ ଏଲ୍‌ଆର୍‌ସି ବା ଲ୍ୟାଣ୍ଡ ରାଇଟ୍‌ ସାର୍ଟିଫିକେଟ୍‌ ମିଳିଥିବା ବେଳେ ୧ ହଜାର ୧୧୯ଜଣଙ୍କୁ ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ। ହେଲେ ବେସରକାରୀ ଭାବେ ୩ ହଜାର ୨୦୦ ପରିବାର ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି। ତେଣୁ ତୁରନ୍ତ ଜୁନାଗଡ଼ ସହରର ବସ୍ତିବାସିନ୍ଦାଙ୍କୁ ଜାଗା ମିସନ ଯୋଜନାରେ ସ୍ଥାୟୀ ପଟ୍ଟା ଓ ପକ୍କା ଘର ଯୋଗାଇ ଦେବାକୁ ଜୁନାଗଡ଼ ଭିଟାମାଟି ସୁରକ୍ଷା ମଞ୍ଚ କର୍ମକର୍ତ୍ତା ରବିବାର ସପ୍ତାହିକ ବଜାର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହିତ ଜୁନାଗଡ଼ ଏନ୍‌ଏସି ଅଫିସ୍‌ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ଭିଟାମାଟି ସୁରକ୍ଷା ମଞ୍ଚ ଜୁନାଗଡ଼ର ସଭାପତି ବିଶ୍ୱନାଥ କରଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜନମ ମାଟି ସୁରକ୍ଷା ସମିତିର ସଭାପତି ବିଜୟ ସାହୁ, ସମାଜସେବୀ ଦାମୋଦର ବେହେରା, ରମେଶ ଚନ୍ଦ୍ର ନାୟକ, ଟିକେଶ୍ୱର ବେହେରା, ଧବଳେଶ୍ୱର ଚଣ୍ଡୀ, ଦୁବ୍ୟଚନ୍ଦ୍ର କୈବର୍ତ୍ତ, ଯୋଗେଶ୍ୱର କୁମାର, ହିଙ୍ଗୁଲେଶ୍ୱର ସେଠ୍, ଦମୟନ୍ତୀ ସରାଫ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏନ୍‌ଏସି ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button