ସୁନ୍ଦରଗଡ଼ର ଶ୍ରୀୟା ଓଡ଼ିଶା ନେକ୍ସଟ୍ ହଟ୍ ମଡେଲ୍ ବିଜେତା – bajravana
[ad_1]
ସୁନ୍ଦରଗଡ଼: ରାଜ୍ୟସ୍ତରୀୟ ମଡେଲ ପ୍ରତିଯୋଗିତାରେ ସୁନ୍ଦରଗଡ଼ର ଝିଅ ଶ୍ରୀୟା ରାଓ ଓଡ଼ିଶା ନେକ୍ସଟ୍ ହଟ୍ ମଡେଲ୍ ବିଜେତା ହୋଇଛନ୍ତି। ଫେସିପୋଜ୍ ଏଜେନ୍ସି ତରଫରୁ ଗତ ୨୧ ତାରିଖରେ ରାଉରକେଲା ବିଶ୍ବକପ୍ ଭିଲେଜ ନିକଟ ମେ ଫେୟାର୍ ହୋଟେଲ ଆଣ୍ଡ ରିସର୍ଟରେ ଅନୁଷ୍ଠିତ ପ୍ରତିଯୋଗିତାରେ ୫ଟି ବର୍ଗରେ ରାଜ୍ୟର ୮୦ ପ୍ରତିଯୋଗୀ ଭାଗ ନେଇଥିଲେ। ଫେସିପୋଜ୍ ଏଜେନ୍ସି ପ୍ରତିଷ୍ଠାତା ସୂରଜ ପାଣିଗ୍ରାହୀ ଓ ସହ ପ୍ରତିଷ୍ଠାତା ଡ. ସୁସ୍ମିତା ଏହାକୁ ପରିଚାଳନା କରିଥିବାବେଳେ ପ୍ରତିଯୋଗୀମାନେ ମଡେଲିଂରେ ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିସ୍ ବର୍ଗରେ ସୁଶ୍ରୀ ଶ୍ରୀୟାେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ। ସୁନ୍ଦରଗଡ଼ ଶଙ୍କରାରେ ବାପା ସତ୍ୟସାଇ ରାଓ ଓ ମା ରାଜେଶ୍ବରୀ ରାଓଙ୍କ ସହ ରହୁଥିବା ଶ୍ରୀୟା ସୁନ୍ଦରଗଡ଼ ସରକାରୀ ଉଚ୍ଚ ମାଧ୍ୟମିକବିଦ୍ୟାଳୟର ଦ୍ବିତୀୟ ବର୍ଷ ଛାତ୍ରୀ। ପିଲାଟି ଦିନରୁ ମଡେଲିଂ ପ୍ରତି ପ୍ରବଳ ରୁଚି ରଖିଥିବା ବେଳେ ଏହା ପୂର୍ବରୁ ୨୦୨୧ରେ ଦିଲ୍ଲୀଠାରେ ଅନୁଷ୍ଠିତ ମିସ୍ ଇଣ୍ଡିଆରେ ତୃତୀୟ ଉପବିଜେତା, ମିସ୍ ରାଉରକେଲାରେ ପ୍ରଥମ ଉପବିଜେତା ଓ ୨୦୨୨ରେ ଭୁବନେଶ୍ବର ମିସ ଇଣ୍ଡିଆ ନୟନତାରାରେ ଗ୍ଲାମର୍ସ ଲୁକ୍ ଆୱାର୍ଡ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହିକ୍ରମରେ ସୁନ୍ଦଗଡ଼ରେ ୪୦ରୁ ଅଧିକ ଝିଅଙ୍କୁ ମଡେଲିଂ ଓ ନୃତ୍ୟ ଶିକ୍ଷା ଦେଉଥିବା ଶ୍ରୀୟା ଆଗକୁ ମିସ୍ ୟୁନିଭର୍ସ, ମିସ୍ ୱାର୍ଲ୍ଡ ଆଖ୍ୟା ହସଲ ପାଇଁ କସରତ ଲଗାଇଛନ୍ତି।
[ad_2]