ମନୋରଞ୍ଜନ

ମୃତ୍ୟୁ ହେବ ବୋଲି ଜାଣିଥିଲେ କି ସୁହାନୀ ? – bajravana

[ad_1]

ମୁମ୍ବାଇ: ଆଉ ନାହାନ୍ତି ସୁହାନୀ | ଆଜି ବଲିଉଡ ଅଭିନେତ୍ରୀ ସୁହାନୀ ଭଟନାଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି | ୨୦୧୬ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ଦଙ୍ଗଲ’ରେ ଆମୀର ଖାନଙ୍କ ସାନ ଝିଅ ଭୂମିକାରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ସୁହାନୀ | ତାଙ୍କୁ ବବିତା ଫୋଗଟ୍‌ଙ୍କ ‌ପିଲା ବେଳର ଭୂମିକା ମିଳିଥିଲା | ଏବେ ତାଙ୍କୁ ୧୯ବର୍ଷ ବୟସ ହୋଇଥିବା ବେଳେ ଏତେ କାମ ବୟସରେ ତାଙ୍କର ଦେହାନ୍ତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି |

ମୃତ୍ୟୁ ପରେ ଏବେ ତାଙ୍କର ଶେଷ ପୋଷ୍ଟ ଭାଇରାଲ ହେବାରେ ଲାଗିଛି | ଇନଷ୍ଟାରେ ସେ କରିଥିବା ପୋଷ୍ଟ ଭାଇରାଲ ହେବା ପରେ ନିଜର ମୃତ୍ୟୁ ବିଷୟରେ ସୁହାନୀ ଆଗରୁ ଜାଣିଥିଲେ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି | ସୁହାନୀ ଭଟନାଗର ଏହି ପୋଷ୍ଟରେ ନିଜର କିଛି ସୁନ୍ଦର ଫଟୋ ପୋଷ୍ଟ କରିଥିଲେ | କିନ୍ତୁ କ୍ୟାପସନରେ କେବଳ ଗୋଟିଏ ଶବ୍ଦ ଲେଖାଯାଇଥିଲା | ଶବ୍ଦଟି ଥିଲା ନଭେମ୍ବର | ନଭେମ୍ବର ଲେଖିବା ପରେ ସେ ଏହା ଆଗରେ ଏକ ପ୍ରଶ୍ନବାଚକ ଚିହ୍ନ ମଧ୍ୟ ଦେଇଥିଲେ । ଏହାକୁ ଦେଖିଲେ ଲାଗୁଛି ଯେପରି ସେ ଏହି ମାସ ସହିତ ଜଡିତ କିଛି ସୂଚନା ଦେବାକୁ ଚାହୁଁଥିଲେ | ବୋଧହୁଏ ସେ ହୃଦୟଙ୍ଗମ କରିସାରିଥିଲେ ଯେ, ସୁସ୍ଥ ମଣିଷ ଭାବେ ଏହା ତାଙ୍କର ଶେଷ ମାସ ଏବଂ ଶେଷ ପୋଷ୍ଟ | କାରଣ ନଭେମ୍ବର ପରଠାରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିଲା |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button