ଖେଳ ଖବର

ଡେବ୍ୟୁ କ୍ୟାପ ମିଳିବା ପରେ ପଡ଼ିଆରେ ସ୍ତ୍ରୀ ଓ ବାପାଙ୍କୁ ଧରି କାନ୍ଦିଲେ କ୍ରିକେଟର – bajravana

[ad_1]

ରାଜକୋଟ: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ସରଫରାଜ ଖାନ ଏବଂ ଧ୍ରୁଭ ଜୁରେଲ ଡେବ୍ୟୁ କରିବାର ସୁଯୋଗ ପାଇଛନ୍ତି।

ସରଫରାଜ ଭାରତର ୩୧୧ତମ ଓ ଜୁରେଲ ୩୧୨ତମ ଟେଷ୍ଟ ଖେଳାଳି ହୋଇଛି। ଖେଳ ସମୟରେ ସରଫରାଜ ଖାନଙ୍କ ବାପା ନୌଶାଦ ଓ କ୍ରିକେଟରଙ୍କ ଧର୍ମପତ୍ନୀ ରାଜକୋଟରେ ପହଞ୍ଚିଥିଲେ।

ସରଫରାଜଙ୍କୁ ଯେତେବେଳେ କ୍ରିକେଟ ଅନିଲ କୁମ୍ବଲେ ଡେବ୍ୟୁ କ୍ୟାପ ପ୍ରଦାନ କରିଥିଲେ କରତାଳିରେ ଗ୍ୟାଲେରୀ କମ୍ପି ଉଠିଥିଲା। କ୍ରିକେଟରଙ୍କ ସ୍ତ୍ରୀ ରୋମାନା ଓ ବାପା ନୌଶାଦ ପଡ଼ିଆରେ ଏଦୃଶ୍ୟ ଦେଖି  ଭାବୁକ ହୋଇ ଯାଇଥିଲେ। ସ୍ତ୍ରୀ ଓ ବାପାଙ୍କୁ ଭାବୁକ ହେବା ଦେଖି ସରଫରାଜ ନିଜର କୋହ ସମ୍ଭାଳି ପାରି ନଥିଲେ। ସେ ବାପା ଓ ସ୍ତ୍ରୀଙ୍କ ଆଖିରୁ ଲୁହ ପୋଛି ଆଲିଙ୍ଗନ କରି କାନ୍ଦିଥିଲେ। ଏହି ସମୟରେ ପୁଅ ଧରିଥିବା ଡେବ୍ୟୁ କ୍ୟାପକୁ ବାପା ଚୁମ୍ପନ ଦେଇ ଖୁସି ହୋଇଯାଇଥିଲେ।  ଏହି ହୃଦୟସ୍ପର୍ଶୀ ଘଟଣାର କିଛି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ବି ଆସିଛି।

ସରଫରାଜଙ୍କ ବାପା ନୌଶାଦଙ୍କ ଅନେକ ଦିନରୁ ସ୍ବପ୍ନ ଥିଲା କି ତାଙ୍କ ପୁଅ ଭାରତ ପାଇଁ  ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳନ୍ତୁ। ଶେଷରେ ଅନେକ ପରିଶ୍ରମ ପ‌ରେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି  ସରଫରାଜ ଭାରତୀୟ ଟିମରେ ଖେଳିବାକୁ ସୁଯୋଗ ପାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button