ଓଡିଶା

ଚାଷୀଙ୍କ ପାଇଁ କ‌ାମ କରୁଛି, କରୁଥିବି: ମୁଖ୍ୟମନ୍ତ୍ରୀ – bajravana

[ad_1]

ସାନ୍ଦୁଲ ବ୍ୟାରେଜ ଲୋକାର୍ପିତ, ଅନୁଗୁଳ ଜିଲ୍ଲାର ମାନଜୋର ଜଳସେଚନ ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା ପାଇଁ ବିଭିନ୍ନ ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଲା- କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ, ଅନୁଗୁଳ ଜିଲ୍ଲାର ମାନଜୋର ଜଳସେଚନ ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ବ୍ୟବସ୍ଥା। ଏହାଦ୍ବାରା କଳାହାଣ୍ଡି, କଟକ, ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ୩୨ହଜାର ଏକରରୁ ଅଧିକ ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ରାଜ୍ୟରେ ବିଭିନ୍ନ ଜଳସେଚନ ପ୍ରକଳ୍ପ କାର୍ଯ୍ୟକୁ ଶୀଘ୍ର ଶେଷ କରାଯାଉଛି। ଗତ ଏକ ବର୍ଷ ମଧ୍ୟରେ ଅପର ଇନ୍ଦ୍ରାବତୀ, ଲୋୟର ଇନ୍ଦ୍ର, ଦେଓ, ସୁବର୍ଣ୍ଣରେଖା, ଲୋୟର ସୁକତେଲ ପରି ବଡ଼ ବଡ଼ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ କରାଯାଇ ପାଣି ଯୋଗାଇ ଦିଆଯାଉଛି। ଚାଷୀ ଭାଇଙ୍କୁ ସାଥୀରେ ଧରି ଆମେ ଆଗକୁ ବଢ଼ୁଛୁ। ଚାଷୀମାନେ ହେଉଛନ୍ତି ଆମ ଅର୍ଥନୀତିର ସାରଥୀ। ତେଣୁ ସେମାନଙ୍କ ସହିତ ମୁଁ ସବୁବେଳେ ରହିଛି, ସେମାନଙ୍କ ପାଇଁ କାମ କରୁଛି ଓ କରୁଥିବି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସାନ୍ଦୁଲ ବ୍ୟାରେଜ ଲୋକାର୍ପିତ
ଅନୁଗୁଳ ଜିଲ୍ଲାର ମାନଜୋର ଜଳସେଚନ ପ୍ରକଳ୍ପ, ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜ କେନାଲ ବ୍ୟବସ୍ଥା ଉଦ୍‌ଘାଟିତ
ସାନ୍ଦୁଲ ବ୍ୟାରେଜ ଭୂତଳ ପାଇପଲାଇନ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତ

ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନସିଂ ମାଧ୍ୟମରେ ବଲାଙ୍ଗୀରଠାରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ଢେଙ୍କାନାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ସୁଧୀର ସାମଲ, କଳାହାଣ୍ଡିରେ ବିଧାୟକ ଭୂପିନ୍ଦର ସିଂହ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ। ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସୂଚନାଯୋଗ୍ୟ ଯେ ରେଙ୍ଗାଳି ଡ୍ୟାମ ଓ ସମଲ ବ୍ୟାରେଜର କେନାଲ ପ୍ରଣାଳୀ କାମ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି। ବର୍ତ୍ତମାନ ଏହାର ୨୭.୫ କିମି ଦର୍ପଣି ବ୍ରାଞ୍ଚ କେନାଲ ଓ ୧୯.୫ କିମି ନରସିଂହପୁର ବ୍ରାଞ୍ଚ କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହାର ଭୂତଳ ପାଇପଲାଇନ କାମ ମଧ୍ୟ ସରିଛି। ଏହା ଦ୍ୱାରା କଟକ ଜିଲ୍ଲାର ଆଠଗଡ଼ ଓ ତିଗିରିଆ ବ୍ଲକ, ଢେଙ୍କାନାଳ ବ୍ଳକ୍‌ର ୧୫ ହଜାର ଏକର ଜମିକୁ ଜଳସେଚନ ସୁବିଧା ମିଳିପାରିଛି। ସେହିପରି ଆଠମଲ୍ଲିକରେ ମାନଜୋର ପ୍ରକଳ୍ପର ସଂପ୍ରସାରଣ ମଧ୍ୟ ସଂପୂର୍ଣ୍ଣ ହୋଇଛି।

ଏହାଦ୍ବାରା ଆଠମଲ୍ଲିକ ବ୍ଲକ ଓ ଏନ୍‌ଏସିର ୨୮ଟି ଗାଁର ୫ ହଜାର ଏକର ଜମିକୁ ଜଳସେଚନର ସୁବିଧା ମିଳିପାରିଛି। ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଶେଷ ହୋଇଛି। ଜଳସେଚନ ପାଇଁ ଭୂତଳ ପାଇପ ଲାଇନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଆଜି ଭିତ୍ତିପ୍ରସ୍ତର ଦେଇଛନ୍ତି। ଏହାଦ୍ବାରା କଳାହାଣ୍ଡି ଜିଲ୍ଲାର କେସିଙ୍ଗା, କର୍ଲାମୁଣ୍ଡା ଓ ନର୍ଲା ବ୍ଳକ୍‌ର ୨୯ଟି ଗାଁର ୧୨,୫୦୦ ଏକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ। କାର୍ଯ୍ୟକ୍ରମରେ ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ଉନ୍ନୟନ କମିସନର ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ପ୍ରକଳ୍ପ ୫-ଟି ଉପକ୍ରମରେ ଆରମ୍ଭ ହୋଇ ଧାର୍ଯ୍ୟ ସମୟର ୫ ମାସ ପୂର୍ବରୁ ଶେଷ ହୋଇଛି। ଆଜି କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପଗୁଡ଼ିକ ଚାଷୀ ଭାଇଭଉଣୀଙ୍କ ପାଇଁ ବହୁ ଉପଯୋଗୀ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button