ସିଏଜି ରିପୋର୍ଟ: ଖଣିରୁ ୩୮,୦୭୫ କୋଟି ରାଜସ୍ବ – bajravana
[ad_1]
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ରାଜସ୍ବ ଆୟରେ ଖଣି ରାଜସ୍ବ ଓ ଜିଏସ୍ଟିର ବଡ଼ ଭାଗ ରହିଛି। ଆଜି ବିଧାନସଭାରେ ଉପସ୍ଥାପନ କରାଯାଇଥିବା ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ରିପୋର୍ଟ ଅନୁସାରେ ୨୦୨୨-୨୩ରେ ଖଣିରୁ ୩୮,୦୭୫ କୋଟି ଟଙ୍କାର ରାଜସ୍ବ ମିଳିଥିବା ବେଳେ ଜିଏସ୍ଟି ବାବଦରେ ୩୦,୭୫୦.୭୧ କୋଟି ଟଙ୍କା ସଂଗ୍ରହ ହୋଇଛି। ୨୦୨୨-୨୩ରେ ରାଜ୍ୟ ସରକାରଙ୍କ ମୋଟ୍ ପୁଞ୍ଜି ପ୍ରାପ୍ତି ୧,୬୬,୫୧୩ କୋଟି ଟଙ୍କା ଥିଲା। ୨୦୨୧-୨୨ ତୁଳନାରେ ଏହା ୨୪.୨୬ ପ୍ରତିଶତ ଅଧିକ। ଟିକସ ରାଜସ୍ବ ଭାବେ ୮୯,୫୪୩ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ଅଣ ଟିକସ ସ୍ବରୂପ ୪୨,୭୧୯ କୋଟି ଟଙ୍କା ମିଳିଥିଲା। ଅନୁଦାନ ଓ ଅନ୍ୟାନ୍ୟ ଯୋଗଦାନ ସୂତ୍ରରେ ୧୮,୧୯୯ କୋଟି ଟଙ୍କା ଆସିଥିଲା। ଫଳରେ ମୋଟ୍ ରାଜସ୍ବ ପ୍ରାପ୍ତି ୧,୫୦,୪୬୨ କୋଟି ଟଙ୍କା ରହିଥିଲା। ଋଣ ଓ ଅଗ୍ରିମ ଅସୁଲ ପରିମାଣ ୮୩୧.୮୨ କୋଟି ଟଙ୍କା ଥିବା ବେଳେ ଋଣ ଓ ଅନ୍ୟାନ୍ୟ ଦେୟ ୧୫,୨୧୮ କୋଟି ଟଙ୍କା ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୨-୨୩ ଆର୍ଥିକ ବର୍ଷରେ ରାଜସ୍ବ ବ୍ୟୟ ୧୯.୫୪ ପ୍ରତିଶତ ବୃଦ୍ଧି ପାଇ ୧,୩୧,୦୦୬.୧୩ କୋଟି ଟଙ୍କା ହୋଇଛି। ୨୦୨୧-୨୨ରେ ତାହା ୧,୦୯,୫୮୭.୫୪ କୋଟି ଟଙ୍କା ଥିଲା। ସେହି ସମୟରେ ପୁଞ୍ଜି ବ୍ୟୟ ୪୬.୭୫ ପ୍ରତିଶତ ବୃଦ୍ଧି ପାଇ ୩୩,୩୪୯.୪୧ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ତାହା ୨୨,୭୨୫.୪୮ କୋଟି ଟଙ୍କା ଥିଲା। ରାଜ୍ୟ ସରକାର ଆଲୋଚ୍ୟ ଆର୍ଥିକ ବର୍ଷରେ ଜମି ରାଜସ୍ବ ଭାବେ ୭୩୮.୮୮ କୋଟି ଟଙ୍କା, ଷ୍ଟାମ୍ପ୍ ଓ ପଞ୍ଜୀକରଣ ଫି’ରେ ୧୯୯୭.୨୦ କୋଟି ଟଙ୍କା, ଗାଡ଼ି ଶୁଳ୍କରୁ ୨୧୩୩ କୋଟି ଟଙ୍କା ଏବଂ ମାଲ ଓ ଯାତ୍ରୀ ଉପରେ ଟିକସରୁ ୧୧୪ କୋଟି ଟଙ୍କା ପାଇଥିଲେ। କମ୍ପାନି ଟିକସ ବାବଦରେ ୧୪,୪୦୬ କୋଟି ଟଙ୍କା ସଂଗ୍ରହ ହୋଇଥିବା ବେଳେ ସୀମା ଶୁଳ୍କ ଭାବେ ୧୬୯୦.୩୩ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା। ଜିଏସ୍ଟି କ୍ଷତିପୂରଣ ବାବଦରେ ଓଡ଼ିଶା ୧୮୮୬.୯୬ କୋଟି ଟଙ୍କା ପାଇଥିଲା। ସିଏଜି ଜଣାଇଛନ୍ତି ଯେ ୨୦୨୨-୨୩ରେ ରାଜ୍ୟ ସରକାର ଭୁଲବଶତଃ ୨୬୫୨.୨୧ କୋଟି ଟଙ୍କାକୁ ରାଜସ୍ବ ପାର୍ଶ୍ବ ବଦଳରେ ପୁଞ୍ଜି ପାର୍ଶ୍ବରେ ଦର୍ଶାଇଥିଲେ। ସେଥିପାଇଁ ରାଜ୍ୟର ରାଜସ୍ବ ବ୍ୟୟ କମ୍ ପ୍ରଦର୍ଶିତ ହୋଇଛି। ସେହିପରି ୩୨୬୫.୧୪ କୋଟି ଟଙ୍କାକରୁ ପର୍ସନାଲ୍ ଡିପୋଜିଟ୍ (ପିଡି) ଖାତାରେ ଜମା କରାଯାଇଥିଲା।
[ad_2]