ମନୋରଞ୍ଜନ

୧୯ଦିନ ମଧ୍ୟରେ ଦ୍ବିତୀୟ ଥର ଅଯୋଧ୍ୟା ଯାଇ କଡ଼ା ସୁରକ୍ଷା ମଧ୍ୟରେ ରାମଲଲ୍ଲାଙ୍କ ଦର୍ଶନ କଲେ ଅମିତାଭ – bajravana

[ad_1]

ନୂଆଦିଲ୍ଲୀ:୧୯ଦିନ ମଧ୍ୟରେ ବିଗ ବି ଅମିତାଭ ବଚ୍ଚନ ଦ୍ବିତୀୟ ଥର ଅଯୋଧ୍ୟାଗସ୍ତରେ ଯାଇ ଚର୍ଚ୍ଚାକୁ ଆସିଛନ୍ତି। ଅମିତାଭ ବଚ୍ଚନ ଶୁକ୍ରବାର ଅର୍ଥାତ ଫେବ୍ରୁଆରି ୯ ତାରିଖରେ ଅଯୋଧ୍ୟା ଯାଇ ପ୍ରଭୁ ରାମଲଲ୍ଲାଙ୍କ ଦର୍ଶନ କରିଛନ୍ତି।

ଏହା ପୂର୍ବରୁ ଅମିତାଭ ବଚ୍ଚନ ଗତ ୨୨ ତାରିଖରେ ରାମମନ୍ଦିର ଉଦଘାଟନ ସହ ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠାର ଭବ୍ୟ କାର୍ଯ୍ୟକ୍ରମରେ ପୁଅ ଅଭିଷେକଙ୍କ ସହ ସାମିଲ ହୋଇଥିଲେ। ଏହି ସମୟରେ ଭିଡ଼ ଭିତରେ ବି ପ୍ରଧାନମନ୍ତ୍ରୀ ମୋଦୀ ଅମିତାଭଙ୍କୁ ଦେଖି ତାଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିଥିଲେ। ଏହି ସମୟର ଏକ ଫଟୋ ବି ସେ ସମୟରେ ଭାଇରାଲ ହୋଇଥିଲା।

ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ୧୯ଦିନ ଭିତରେ ଅଭିନେତାଙ୍କ ଏହା ଦ୍ବିତୀୟଥର ଅଯୋଧ୍ୟାଗସ୍ତ ରହିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଗ ବି ମନ୍ଦିରର ମଧ୍ୟଗେଟ ନମ୍ବର ୧୧ରେ ପ୍ରଭୁ ରାମଙ୍କ ଜନ୍ମଭୂମି ପରିସରରେ ପ୍ରବେଶ କରି ରାମଲଲ୍ଲାଙ୍କ ପୂଜାଅର୍ଚ୍ଚନା କରିଥିଲେ। ଏହାପରେ ସେ ସିଭିଲ ଲାଇନସ୍ଥିତ ଏକ ଅଳଙ୍କାର ଦୋକାନର ଉଦଘାଟନ ପାଇଁ ପହଞ୍ଚିଥିଲେ।

ତେବେ ଅମିତାଭ ଅଳଙ୍କାର ଦୋକାନ ଉଦଘାଟନ  ପାଇଁ ଦ୍ବିତୀୟଥର ଅଯୋଧ୍ୟାଗସ୍ତ କରିଛନ୍ତି ନା ଅନ୍ୟ କେଉଁ କାରଣ ରହିଛି ସେନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button