ଓଡିଶା

ଆଜି ପୁରୀ ଯିବ ପ୍ରଥମ ରଥକାଠ – bajravana

[ad_1]

ଦଶପଲ୍ଲା: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦଶପଲ୍ଲା ବନାଞ୍ଚଳରୁ ପ୍ରଥମ ରଥକାଠ ପୁରୀ ଯିବ। ଏ ନେଇ ବନବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। ଗଣିଆ ବଡ଼ମୂଳସ୍ଥିତ ମା’ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଗତ ଜାନୁଆରି ୨ ତାରିଖ ଦିନ ରଥକାଠ ଅନୁକୂଳ ପୂଜା ଯଥାବିଧି ଶେଷ ହୋଇଥିଲା। ମା’ଙ୍କ ଅନୁମତି ମିଳିବା ପରେ ବନବିଭାଗ ପକ୍ଷରୁ ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଛା ସେକ୍ସନ ଅଞ୍ଚଳରୁ କାଠ ସଂଗ୍ରହ ଜାରି ରହିଛି। ୩ଟି ଗାଡ଼ି ଯୋଗେ ୨୦ ଫୁଟିଆ ଓ ୧୨ ଫୁଟିଆ ଅସନ ଓ ଧଉରା କାଠ ୧୦୨ ଖଣ୍ଡ ପଠାଯିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button